ଭାରତରେ ସମସ୍ତ ପିତାମାତା ନିଜ ସନ୍ତାନ ମାନଙ୍କୁ ନିଜ ସହିତ ଶୁଆଇ ଥାଆନ୍ତି, କାହିଁକି ନା ଭାରତରେ ଉଭୟ ମାତାପିତା ସନ୍ତାନ ର ଯତ୍ନ ନେଇ ଥାଆନ୍ତି l ଗୋଟିଏ ସୁଖୀ ପରିବାର ପାଇଁ ଉଭୟ ମାତାପିତା ଙ୍କ ସହଯୋଗ ଓ ଅବଦାନ ରହିଥାଏ l କିନ୍ତୁ ଶିଶୁ ମନସ୍ତତ୍ଵବିତ ଙ୍କ ମତରେ ଏହା ଠିକ ନୁହେଁ l ଶିଶୁ ମନୋବିଜ୍ଞାନୀ ଙ୍କ ମତରେ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପର୍ଯ୍ୟନ୍ତ ମାତାପିତାଙ୍କ ସହିତ ପିଲାମାନେ ଶୋଇବା ଆବଶ୍ୟକ l ଏହା ପଛରେ କିଛିଟା ବିଶେଷ କାରଣ ରହିଛି l
– ମନୋବିଜ୍ଞାନୀ ଙ୍କ ମତରେ ପ୍ରୀ -ପିୟୁବର୍ରଟି ଗୋଟିଏ ଏଭଳି ସମୟ ଯେତେବେଳେ ପିତାମାତା ନିଜ ସନ୍ତାନ ମାନଙ୍କ ସହିତ ଶୋଇବା ଉଚିତ ନୁହେଁ, ଉଭୟ ସନ୍ତାନ ମାନଙ୍କର ସ୍ୱତନ୍ତ୍ର ବିଛଣା ସହିତ ସ୍ୱତନ୍ତ୍ର ଭାବରେ ଶୋଇବା ମଧ୍ୟ ଆବଶ୍ୟକ ହୋଇଥାଏ l
– ପ୍ୟୁବର୍ରଟି ଆରମ୍ଭ ହେବାର ବୟସ ଝିଅ ମାନଙ୍କ ନିକଟରେ ୧୧ ବର୍ଷ ଓ ପୁଅ ମାନଙ୍କ ନିକଟରେ ୧୨ ବର୍ଷ ରହିଥାଏ l ବିଶେଷ ଭାବରେ ଝିଅ ମାନଙ୍କ ନିକଟରେ ୮ରୁ ୧୩ ବର୍ଷ ମଧ୍ୟରେ ପ୍ୟୁବର୍ରଟି ସମୟ ଆରମ୍ଭ ହୋଇଥାଏ l ଏବଂ ପୁଅ ମାନଙ୍କ ନିକଟରେ ଏହା ୯ ରୁ ୧୪ ବର୍ଷ ଆୟୁରୁ ଆରମ୍ଭ ହୋଇଥାଏ l
– ପ୍ୟୁବର୍ରଟି ସମୟ ରେ ପିଲା ମାନଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ l ତେଣୁ ଏପରି ସ୍ଥିତିରେ ଆପଣ ନିଜ ପିଲା ମାନଙ୍କୁ ସ୍ପେସ ଦେବା ଜରୁରୀ l
– ନିଜ ପିଲାଙ୍କୁ ଅଲଗା ଶୁଣାଇବା ର ଅର୍ଥ ନୁହେଁ ଯେ ପିଲା ମାନଙ୍କ ନିକଟରୁ ନିଜକୁ ଅଲଗା କରିବା , ଆପଣ ସେଥିପାଇଁ କିଛି ସମୟ ନିଜ ସନ୍ତାନ ମାନଙ୍କ ସହ ନିହାତି ଅତିବାହିତ କରିବା ଆବଶ୍ୟକ l
– ଅନେକ କ୍ଷେତ୍ରରେ ପିଲାମାନେ ଅଲଗା ତୁରନ୍ତ ଶୋଇବା l ପାଇଁ ରାଜି ହୋଇ ନଥାଆନ୍ତି, ଏପରି ସ୍ଥିତି ରେ ଆପଣ ତାଙ୍କୁ ଅଲଗା ଶୁଣାଇବା ଉଚିତ ନୁହେଁ l
– ଏହାଛଡା ନିଜ ପିଲାଙ୍କ ସହିତ ପିତାମାତା ମାନସିକ ସ୍ତରରେ ଯୋଡି ହୋଇ ରହିବା ମଧ୍ୟ ଆବଶ୍ୟକ, ଏହା ସନ୍ତାନ ମାନଙ୍କ ମନକୁ କିଛି ମାତ୍ରାରେ ଶାନ୍ତ କରିଥାଏ ଓ ପରିବାର ମଧ୍ୟରେ ଗୋଟିଏ ସୁସ୍ଥ ବାତାବରଣ ରଖିଥାଏ l