Odisha news

ସାବଧାନ : ଖାଇସାରିବା ପରେ ଏହିସବୁ ଭୁଲ କରନ୍ତୁ ନାହିଁ

0

ଆମର ସାରା ଦିନର କାର୍ଯ୍ୟ କଳାପ ଓ ଖାଇବାପିଇବା ର ପ୍ରଭାବ ଆମ ଶରୀର ଉପରେ ପକାଇଥାଏ l ଅଧିକ କାମ ପ୍ରଭାବରୁ ଆମେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ନଥାଉ l ଯାହାର କାରଣ ସ୍ୱରୂପ ଆମ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ଓ ଆମେ ଅଧିକାଂଶ ରୋଗର ଶିକାର ହୋଇଥାଉ l
ସୁସ୍ଥ ଶରୀର ପାଇଁ ସବୁଠୁ ଅଧିକ ଆବଶ୍ୟକ ଅଟେ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ l ଏହା ବ୍ୟତୀତ ମଧ୍ୟ ଅଧିକାଂଶ ଆବଶ୍ୟକୀୟ ଜିନିଷ ଅଛି ଯାହାକୁ ଧ୍ୟାନ ଦେବା ଆବଶ୍ୟକ l ଆମେ ଆପଣେଇ ଥିବା ଅଧିକାଂଶ ଖରାପ ଅଭ୍ୟାସ ଭୟଙ୍କର ରୋଗକୁ ଜନ୍ମ ଦେଇଥାଏ l ଆସନ୍ତୁ ଜାଣିବା ସେହି ଖରାପ ଅଭ୍ୟାସ ଗୁଡିକ କଣ ଯାହାକୁ ଆମେ ପରିବର୍ତ୍ତନ କରିବା ନିହାତି ଜରୁରୀ ଅଟେ l

* ଖାଇବା ପରେ ତୁରନ୍ତ ଶୋଇବା – ଅଧିକାଂଶ ଲୋକଙ୍କ ଅଭ୍ୟାସ ରହିଥାଏ ଖାଇବା ପରେ ତୁରନ୍ତ ସୋଇ ପଡିବା l ଏହାଦ୍ୱାରା ଆପଣ ମୋଟାପଣର ଶିକାର ହୋଇ ଥାଆନ୍ତି l ଏହା ବ୍ୟତୀତ ଏସିଡ଼ିଟି ,ମସ୍ତିସ୍କ ଘାତ ଓ ହୃଦଘାତ ଭଳି ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି l ସେଥିପାଇଁ ରାତ୍ରୀ ଭୋଜନ ର ଦୁଇ ଘଣ୍ଟା ପରେ ଶୋଇବା ଆବଶ୍ୟକ l

* ଧୁମ୍ରପାନ – ଅଧିକାଂଶ ଲୋକ ଚା କିମ୍ବା କଫି ପିଇବା ପରେ ଧୁମ୍ରପାନ କରି ଥାଆନ୍ତି ,ତା ସହିତ ଭୋଜନ କରି ସାରିବା ପରେ ମଧ୍ୟ ଧୁମ୍ରପାନ କରି ଥାଆନ୍ତି l ଆପଣ ଯଦି ଖାଇବା ପରେ ଧୁମ୍ରପାନ କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଶରୀରରେ ନିକୋଟିନ ର ମାତ୍ରl ଅଧିକ ବଢ଼ିଯାଇ ଥାଏ l ଏହା ସହିତ ସିଜଲ ସ୍ତରକୁ ବନ୍ଦ କରି ଦେଇଥାଏ l ଯାହାଦ୍ୱାରା ଆମେ ଯାହା ଖାଇଥାଉ ଶରୀରରେ ଲାଗି ନଥାଏ l

* ଗାଧୋଇବା -ଆମ ଭିତରେ ଅନେକ ବ୍ୟକ୍ତିଙ୍କ ଅଭ୍ୟାସ ରହିଛି ଖାଇବା ପରେ ଗାଧୋଇବା l ଏହାଦ୍ୱାରା ଆପଣଙ୍କ ଶରୀରରେ ତାପମାତ୍ରା ରେ ପରିବର୍ତନ ଆସିଥାଏ ଓ ପାଚନ କ୍ରିୟାରେ ଅସୁବିଧା ହୋଇଥାଏ l

* ପାଣି ପିଇବା – ଖାଇବା ପରେ ତୁରନ୍ତ ପାଣି ପିଇବା ଉଚିତ ନୁହେଁ l କିନ୍ତୁ ଏଭଳି କରିବା ଉଚିତ ନୁହେଁ l ପାଣି ଅଧଘଣ୍ଟା ପରେ କିମ୍ବା ଖାଇବାର ଅଧଘଣ୍ଟା ପୂର୍ବରୁ ପିଇବା ଆବଶ୍ୟକ l ନଚେତ ଆମର ଅନ୍ତ କୋଷ ଉପରେ ଖରାପ ପ୍ରଭାବ ପଡେ l

Leave A Reply