ନୂଆଦିଲ୍ଲୀ : ପାକିସ୍ତାନ ଓ ଆଫଗାନିସ୍ତାନରର ସମ୍ପର୍କରେ ଗତ କିଛି ବର୍ଷ ହେଲା ଉତେଜନା ଲାଗିରହିଛି l କିନ୍ତୁ ଗତ ୬-୭ ମାସ ହେଲାଣି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟ ଅନେକ ଉଚ ସ୍ତରୀୟ ବୈଠକ ହୋଇଛି l ଗତବର୍ଷ ନଭେମ୍ବର ମାସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କାବୁଲ ଗସ୍ତରେ ଯାଇଥିଲେ l ଚଳିତବର୍ଷ ମଇ ମାସରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜବା ଓ ଆଇଏସଇ ମୁଖ୍ୟ ହୟାଜ ହମାଦ ପଡୋଶୀ ଦେଶ ଗସ୍ତରେ ଯାଇଥିଲେ l ଏହାପରେ ଆଫଗାନ ଶାନ୍ତି ପରିଷଦର ଅଧକ୍ଷ ଡାକ୍ତର ଅବଦୁଲା ଓ ଆଫଗାନର ଅନ୍ୟ ଅଧିକାରୀ ଇସ୍ଲାମଵାଦ ଗସ୍ତ କରିଥିଲେ l ଲାଗୁଥିଲା ଯେପରି ଦୁଇ ଦେଶ ସମ୍ପର୍କରେ ସୁଧାର ଆସିଛି l
ନିକଟରେ ଆଫଗାନିସ୍ତାନର NSA ହମଦୁଲ୍ଳା ପାକିସ୍ତାନକୁ ନେଇ ଏଭଳି ଟିପଣି ଦେଇଛନ୍ତି ଯାହା ଫଳରେ ଦୁଇ ଦେଶ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଛି l ଆଫଗାନ ସରକାରଙ୍କର ସବୁବେଳେ ଅପତୀ ରହିଥିଲା ଯେ ପାକିସ୍ତାନ ଆଫଗାନ ତାଲିବାନ ମାନଙ୍କର ବ୍ୟବହାର କରୁଛି l ଆଫଗାନିସ୍ତାନ NSA ନିଜର ଗୋଟିଏ ବୟାନରେ ପାକିସ୍ତାନ ପ୍ରତି କଟୁ ମନ୍ତବ୍ୟ ଦେଇ ଗୋଟିଏ ବେସ୍ୟାଳୟ ବୋଲି କହିଛନ୍ତି l ଏହି ବିବୃତି ପରେ ପାକିସ୍ତାନୀ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି ଆଫଗାନିସ୍ତାନର NSA ଙ୍କ ବୟାନ ସମ୍ପର୍କ ଯୋଡିବାକୁ ଚେଷ୍ଟା କରୁଥିବା ପ୍ରକ୍ରିୟାକୁ ଭଣ୍ଡୁର କରିଦେଲା l
ବର୍ତମାନ ଉଭୟ ଦିଶଙ୍କ ମଧ୍ୟରେ ରାଜନୈତିକ ସଙ୍କଟ ଉପୁଜିଛି l ଅନ୍ୟ ଗୋଟିଏ ସୂତ୍ରରୁ ଜଣା ପଡିଛି ଯେ ଏହି ବୟାନ ପରେ ଅସନ୍ତୋଷ ପ୍ରକାଶ କରି ପାକିସ୍ତାନ ଆଫଗାନ ସହିତ ସମସ୍ତ ଅଧିକାରୀଙ୍କ ସମ୍ବଦ୍ଧ ସମାପ୍ତ କରିବାର ନିଷ୍ପତି ନେଇଛି l ଆଫଗାନିସ୍ତାନ ସରକାରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଛି l ରବିବାର ଦିନ ପାକିସ୍ତାନର ବିଦେଶ ମନ୍ତ୍ରୀ କୁରେସି ଗୋଟିଏ ଜନସଭାକୁ ସମ୍ବଧନ କରୁଥିବା ବେଳେ ଆଫଗାନ NSA ଙ୍କୁ ଖୁବ ସମାଲୋଚନା କରିଛନ୍ତି l କୁରେସି କହିଥିଲେ ଯଦି ଆଫଗାନିସ୍ତାନ ଏଭଳି ଅପମାନ ଜନଙ୍କ ଟିପଣି କରିବା ବନ୍ଦ ନକରିବା ତେବେ ପାକିସ୍ତାନ ଆଫଗାନ ସହିତ କୌଣସି ସମ୍ପର୍କ ରଖିବା ନାହିଁ l କୁରେସି ଆହୁରି ମଧ୍ୟ କହିଛନ୍ତି “ତମେ ପାକିସ୍ତାନର ତୁଳନା ବେସ୍ୟାଳୟ ସହିତ କରିଛ ତମକୁ ଆମେ ଧିକାରୁଛୁ l ଆପଣ ଯେବେଠୁ ଏହି ଶବ୍ଦ ପ୍ରୟୋଗ କରିଛନ୍ତି ସେବେଠୁ ମୋର ରକ୍ତ ତାତି ଉଠୁଛି l “
Comments are closed.