Odisha news

ସଫଳ ଅଭିନେତ୍ରୀ ତାପସୀ

0

ବକ୍ସ ଅଫିସ୍‌ରେ ଗତ ୧୨ ମାସରେ ସବୁଠୁ ସଫଳ ଅଭିନେତ୍ରୀ ହୋଇଛନ୍ତି ତାପସୀ ପନ୍ନୁ । ଏହି ଅବଧି ମଧ୍ୟରେ ରିଲିଜ୍‌ ହୋଇଥିବା ତାପସୀଙ୍କ ୫ଟି ଫିଲ୍ମ ୩୫୦ କୋଟିରୁ ଅଧିକ ଆୟ କରିଛି । ସେ ଏକ ଟ୍ୱିଟ୍‌ରେ ଲେଖିଛନ୍ତି, “ଓଃ ନାଇସ୍‌ ।ଭାବିପାରୁନି ଯେ ଏପରି ହୋଇଛି । ମୁଁ ଭାବୁଛି ଏହି ମୁହୂର୍ତ୍ତକୁ ରୋକି ପଛକୁ ଫେରି ଦେଖିବା ଉଚିତ ଓ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରାକୁ ସେଲିବ୍ରେଟ୍‌ କରିବା ଉଚିତ । ଧନ୍ୟବାଦ୍‌ ।’’ ‘ଥªଡ଼’ରେ ତାପସୀଙ୍କ ସହ କାମ କରିଥିବା ଦିୟା ମିର୍ଜା ଟ୍ୱିଟ୍‌ କରିଛନ୍ତି, “ଆପଣ ପ୍ରଶଂସାର ପାତ୍ର ଲାୟନେସ୍‌ । ଆପଣ ଓ ଆପଣଙ୍କ ପସନ୍ଦ ଉପରେ ମୁଁ ଗର୍ବିତ ।’’ ୩୨ ବର୍ଷୀୟା ତାପସୀ ୨୦୧୦ରେ ତେଲୁଗୁ ଫିଲ୍ମ ମାଧ୍ୟମରେ କ୍ୟାରିୟର୍‌ ଆରମ୍ଭ କରି ୨୦୧୩ରେ ସୁପରହିଟ୍‌ ଫିଲ୍ମ ‘ଚଶ୍‌ମେ ବଦୁର’ ମାଧ୍ୟମରେ ବଲିଉଡ୍‌ ଏଣ୍ଟ୍ରି କରିଥିଲେ । ଏହାପରେ ‘ବେବି’, ‘ପିଙ୍କ୍‌’, ‘ଜୁଡୱା ୨’ ଓ ‘ମୁá’ ଭଳି ଫିଲ୍ମରେ ସେ ନଜରକୁ ଆସିଛନ୍ତି ।

Leave A Reply