ଏସିଡ଼ିଟି ହେବା ଦ୍ୱାରା ମଣିଷ ନିଜ ଶରୀରରେ ଅନେକ ସମସ୍ୟା ଦେଖା ଦେଇଥାଏ l ଏହାଦ୍ୱାରା ଆମର ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ l କିନ୍ତୁ ଆମର କିଛିଟା ଖରାପ ଅଭ୍ୟାସ ଆମ ଶରୀର ପାଇଁ ଖୁବ କ୍ଷତିକାରକ ମଧ୍ୟ ହୋଇଥାଏ l କିଛିଟା ଅଭ୍ୟାସ ମଧ୍ୟ ଅନ୍ତ କୋଷ ପାଇଁ ଖୁବ ଅସୁବିଧା ଆଣିଥାଏ l ତେଣୁ ଆମେ ସେଥିପ୍ରତି ଯଦି ସମୟ ଥାଉ ଥାଉ ସତର୍କ ନରହିବା ତେବେ ଅନେକ ପ୍ରକାର ଶାରୀରିକ ସମସ୍ୟାର ସମୁଖୀନ ହେବା l
– ନିଜ ଆହାରରେ ପ୍ରବାୟୋଟିକ କମି କାରଣରୁ ଅନ୍ତ ପାଇଁ କ୍ଷତିକାରକ ଅଟେ l ପ୍ରିବାୟୋଟିକ୍ସ ଏସିଡ କୁ କମ କରି ଗୁଡ଼ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ l ତେଣୁ ନିୟମିତ କିଛି ନା କିଛି ପ୍ରିବାୟୋଟିକ୍ସ ଯୁକ୍ତ ଭୋଜନ ସେବନ କରିବା ଆବଶ୍ୟକ l
– ଅଧିକ ପ୍ରୋସେସଡ଼ ଫୁଡ କଦାପି ସେବନ କରିବା ଉଚିତ ନୁହେଁ l ଏହା ଅନ୍ତ ରେ ଏସିଡ଼ିଟି ତତ୍ୱ କୁ ବୃଦ୍ଧି କରିଥାଏ ଯାହାଦ୍ୱାରା ପାଚନ ସମସ୍ୟା ପ୍ରଭାବିତ ହୋଇଥାଏ l ତେଣୁ ପ୍ରୋସେସଡ଼ ଫୁଡ ଓ ପ୍ୟାକେଜ ଫୁଡ ଠାରୁ ଦୁରେଇ ରହିବା ଆବଶ୍ୟକ l
– ଆୟୁର୍ବେଦ ଅନୁସାରେ ଦିନ ର ୧୨ ଟା ପରେ ରାତ୍ରୀ ୮ଟା ପରେ ଭୋଜନ କରିବା ଦ୍ୱାରା ଏସିଡ଼ିଟି ବୃଦ୍ଧି ପାଇଥାଏ l ତେଣୁ ସକାଳ ଜଳଖିଆ ଓ ରାତ୍ରୀ ଭୋଜନ ଠିକ ସମୟରେ କରିବା ଆବଶ୍ୟକ l ଏହା ଆମ ଶରୀରରେ ଏସିଡ଼ିଟି ହେବାକୁ ଦେଇ ନଥାଏ l
– ସବୁବେଳେ ରାତ୍ରୀ ଭୋଜନ ଓ ଶୋଇବା ମଧ୍ୟରେ ୩ଘଣ୍ଟା ବ୍ୟବଧାନ ରଖନ୍ତୁ l ରାତ୍ରୀ ଭୋଜନ ପରେ ତୁରନ୍ତ ଶୋଇ ପଡିବା ଦ୍ୱାରା ପାଚନ ତନ୍ତ୍ର ବାଧିତ ହୋଇଥାଏ l ଏହାଛଡା ଏସିଡ଼ିଟି ସମସ୍ୟା ମଧ୍ୟ ବୃଦ୍ଧି ପାଇଥାଏ l
– ତୈଳ ଯୁକ୍ତ ଭୋଜନ ରାତ୍ରୀ ସମୟରେ କରିବା ଉଚିତ ନୁହେଁ, ଏହା ଏସିଡ଼ିଟି ର କାରଣ ହୋଇଥାଏ l ଏହାଛଡା ଭୋଜନ ସମୟରେ କିମ୍ବା ଭୋଜନ ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେଁ l ଏହାଦ୍ୱାରା ପାଚନ ସମସ୍ୟା ଦ୍ୱାରା ପ୍ରଭାବିତ ହୋଇଥାଏ l
