ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ନିକଟରେ ସନ୍ଧ୍ୟା ୬ଟା ବେଳେ ବୋଲେରୋ ଗାଡି ଧକ୍କା ଦେବା ଫଳରେ ଦୁଇ ବାଇକ୍ ଚାଳକ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ଜଣେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାଇ, ସନ୍ଧ୍ୟା ୬ଟା ବେଳେ ବାଇକ୍ ଚାଳକ ଦୁଇ ଜଣ କୌଣସି କାମରେ ଇଚ୍ଛାପୁର ପଟୁ ଆସୁଥିବା ସମୟରେ ସୁନପୁର ଠାରୁ ପିକନିକ୍ ସାରି ବୋଲେରୋ ଦ୍ବାରା ଫେରୁଥିବା ସମୟରେ ବାଇକ୍ ଚାଳକ ଙ୍କୁ ଧକ୍କା ଦେଇଥିବା ବେଳେ ବାଇକ୍ ଚାଳକ ଦୁଇ ଭାରସାମ୍ୟ ହରାଇ ରୋଡ଼ ଉପରେ କଚାଡ଼ି ହୋଇ ପଡ଼ିଥିଲେ ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ବୋଲେରୋ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ବୋଲେରୋ ଗାଡ଼ିର ଡ଼୍ରାଇଭର ଆହାତ ହୋଇଥିବା ବେଳେ ଭିତରେ ବସିଥିବା ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ୬ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଯୋଗେ ନେଲା ବେଳେ ଜଗନ୍ନାଥ ପ୍ରସାଦ ଅଞ୍ଚଳର ମୃତ୍ୟୁ ଘଟିଥିବା ଜଣଙ୍କ ବାଇକ୍ ଚାଳକ ଦାଶରଥି ପାତ୍ର ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇ ଥିଲା। ରାସ୍ତାରେ ଦାଶରଥି ପାତ୍ର ଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ମେଡିକାଲ ପଠାଇ ଥିଲା। ଦୁର୍ଘଟଣା ସମ୍ପର୍କୀୟ ଘଟଣାର ତଦନ୍ତ କରୁଥିବା ପୋଲିସ ସୂଚନା ଦେଇଛି l ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡ଼ିର ନଂ (ଓଡ଼ି ୦୭ପି.୨୬୩୬) ବାଇକ୍ ନଂ (ଓଆର ୦୭ଜି ୬୫୧୬) ଦୂତୀୟ ବାଇକ୍ ନଂ (ଓଡି ୩୨ସି ୮୫୩୯)