Odisha news

୧୬ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଜଣେ ଆହତ।

0

ନିରାକାରପୁର, ୧୧/୫: ମଙ୍ଗଳବାର ଦିନ   ୧୬ ନମ୍ବର ଜାତୀୟ ରାଜପଥ ଜଂକିଆ ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଜଣେ ଆହତ   ହୋଇଛନ୍ତି।   ଘଟଣାରୁ ଜଣାପଡିଛି ବ୍ରହ୍ମପୁର ର କାଳୁଚରଣ ଗୈ।ଡ ମୋଟର ସାଇକେଲ ରେ ଖୋର୍ଦ୍ଧା ପଟୁ ରାମେଶ୍ୱର ପଟକୁ ଆସୁଥିବା ବେଳେ ଏକ ଯାତ୍ରୀ ବାହୀ ବସ ସହିତ ଧକ୍କା ହୋଇଥିଲା।କାଳୁଚରଣ ରାସ୍ତାରେ ଛିଟିକି ପଡି ଆହତ ହୋଇଥିବା ବେଳେ ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।ଯୁବକ ଜଣଙ୍କ ଦେହରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି।

Nalco
Leave A Reply