Odisha news

ଅଜଣା ଗାଡି ଧକା ରେ ଅଜଣା ଵ୍ୟକ୍ତି ଙ୍କ ମୃତ୍ୟୁ

0
ପିପିଲି  : ଏକ ଅଜଣା ଗାଡି ଧକା ରେ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ସନ୍ଧ୍ୟା ସୁଦ୍ଧା ଉକ୍ତ ଵ୍ୟକ୍ତି ଙ୍କର ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କ ମର ଶରୀରକୁ ପୁରୀ ସ୍ଥିତ ବ୍ୟବଚ୍ଛେଦ ଗୃହରେ ଚିହ୍ନଟ ପାଈଁ ରଖା ଯାଇଅଛି।ପ୍ରକାଶ ଥାଉ କି ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ର ଟେଇସମାଇଲ ଛକ ଠାରେ ଜଣେ ପ୍ରାୟ ପଚାଶ ବର୍ଷୀୟ ବ୍ୟକ୍ତି ଯାଉଥିବା ବେଳେ ତାଙ୍କୁ କୌଣସି ଏକ ଗାଡ଼ି ଧକା ଦେଇ ଚାଲି ଯାଇଥିଲା।ତାଙ୍କ ମୁଣ୍ଡରେ ଉକ୍ତ ଗାଡି ର ଚକ ଚଢି ଯାଇଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ ପିପିଲି ଥାନା ଏସ ଆଇ ସୁରମା ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଜାମ କୁ ସଫା କରିବା ସହ ଉପସ୍ଥିତ ଲୋକ ମନଙ୍କ ସହାୟତା ରେ ଉକ୍ତ ମୃତକ ଙ୍କୁ ରାସ୍ତା ରୁ ଉଠାଇ ପୁରୀ ପଠାଇ ଦେଇଛନ୍ତି।ମୃତକ ଙ୍କ ଦେହରେ ଏକ ଲୁଙ୍ଗି ଏବଂ ଏକ ଗାମୁଛା ଥିବା ବେଳେ ମୁଣ୍ଡ ଟି ଉପରେ ଚକ ଚଢି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟ ହେଉଥିବା ତଦନ୍ତ ଅଧିକରିଣୀ ସୁରମା ସ୍ୱାଇଁ ସୂଚନା ଦେଇଛନ୍ତି।
Leave A Reply