କୋଣାର୍କ : ବଙ୍ଗୋପସାଗର ରେ ସ୍ତୁଷ୍ଟି ହୋଇଥିବା ସମ୍ଭଵ୍ୟ ବାତ୍ୟା ଆମ୍ଫାନ ଘୁଣ୍ଣିଝଡ଼ କୁ ଦୁଷ୍ଟିରେ ରଖି ଉପକୂଳ ର ବାରଟି ଜିଲ୍ଲା କୁ ସତର୍କ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଧେଶନାମା ଜାରିକରିଛନ୍ତି।ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର କୋଣାର୍କ ଏନ ଏ ସି ଦାୟିତ୍ୱ ରେ ଥିବା ଜିଲ୍ଲାର ସ୍ୱତନ୍ତ୍ର ଅଧିକାରୀ ମୟୁର ସୂର୍ଯ୍ୟ ବଂଶୀ ରବିବାର ପୂର୍ବାହ୍ନ ରେ କୋଣାର୍କ ଆସି ଏନ.ଏ.ସି.ର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କ ସହ ବତ୍ୟା ର ପ୍ରସ୍ତୁତି ସମ୍ପକରେ ଆଲୋଚନା କରିବା ସହ ବିଭିନ୍ନ ୱାର୍ଡ ଗ୍ରସ୍ତ କରି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶ କରି ଆନୁସଙ୍ଗିକ ଭିତ୍ତିଭୂମି ସମ୍ପର୍କରେ ନିର୍ବାହୀ ଅଧିକାରୀ ଠାରୁ ପଚାରି ବୁଝିଛନ୍ତି।
କୋଣାର୍କ ନିର୍ବାହୀ ଅଧିକାରୀଙ୍କ କହିବା ଅନୁଯାୟୀ ତଳିଆ ଅଞ୍ଚଳରେ ବସବାସ କରୁଥିବା ଓ ଚାଳ ଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆମ୍ଫାନ କବଳରୁ ସୁରକ୍ଷା ଦେବାକୁ ଆଠଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରୁପେ ଚିହ୍ନଟ କରାଯାଇ ରଖାଯାଇଛି ସେଗୁଡିକହେଲା ବେରୁହଁ ଉନ୍ନତି ବିଦ୍ୟାଳୟ, ଆଶ୍ରମ ସ୍କୁଲ,ନୋଳିଆସାହି ବାତ୍ୟା ଆଶ୍ରୟ କେନ୍ଦ୍ର, ରାଉଳପାଟଣା ସ୍କୁଲ, ସରକାରୀ ବିଦ୍ୟାଳୟ କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯାଇ ଲୋକମାନଙ୍କୁ ଅବସ୍ଥାପିତ କରାଯିବାର ବ୍ୟବସ୍ଥା ହୋଇଛି ।ଏବଂ ସେହି ସ୍ଥାନମାନଙ୍କରେ ବିଦ୍ୟୁତ, ପାଣି,ଓ ପରିମଳ ର ସୁବନ୍ଦବସ୍ତ କରାଯାଇଥିବା ଜଣାପାଇଛି ଯାହା ମୟୁର ବଂଶୀ ଙ୍କ ପରିଦର୍ଶନ ବେଳେ ନିର୍ବାହୀଅଧିକାରୀ ପ୍ରକାଶ କରିଛନ୍ତି। ଆବଶ୍ୟକ ପଡିଲେ ଲୋକମାନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସେ ଦାୟିତ୍ୱ ରେ ଥିବା ସ୍ୱତନ୍ତ୍ର ଅଧିକାରୀଙ୍କୁ କହିଛନ୍ତି।