Odisha news

ଦଣ୍ଡଯାତ୍ରା ରେ ନାଟକ ପରିବେଷଣକୁ ଶେଷରେ ମିଳିଲା ଅନୁମତି, ତେବେ ମାନିବାକୁ ପଡ଼ିବ ଏହି ସବୁ ନିୟମ

ଛତ୍ରପୁର : (ସୁଶାନ୍ତ କୁମାର ପଟ୍ଟନାୟକ) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପାରମ୍ପରିକ ଦଣ୍ଡନାଚକୁ ଅନୁମତି ପ୍ରଦାନ କରାଯାଇଥିଲା ତେବେ ଦଣ୍ଡନାଚରେ ନାଟକ ପରିବେଷଣକୁ ଅନୁମତି ଦେଇ ନଥିଲା ପ୍ରଶାସନ। ଏନେଇ ଗଞ୍ଜାମ ଜିଲ୍ଲାର ବହୁ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଦାବି ପରେ ଶେଷରେ ଦଣ୍ଡନାଚରେ ନାଟକ ପରିବେଷଣ ପାଇଁ ଜିଲ୍ଲାପାଳ ଅନୁମତି ଦେଇଛନ୍ତି। ପ୍ରଥମତଃ ୬୦ ଓ୍ବାର୍ଡ ଭିତରେ ବାଜିବ ସାଉଣ୍ଡ, ରାଜ୍ୟ ବାହାର କିମ୍ବା ପ୍ରବାସୀ ଓଡ଼ିଆ କଳାକାରଙ୍କୁ ଅଗ୍ରାହ୍ୟ କରାଯାଇଛି। ଅପରପକ୍ଷେ ମେଲୋଡି କିମ୍ବା ଗ୍ରୁପ୍ ଡାନ୍ସ ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଅଛି । ତେବେ ନାଟକ ବହିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନାଟକ ଭିତରେ ହିଁ ଡ୍ଯାନ୍ସ ହୋଇ ପାରିବ। ଏଥି ସହିତ ନାଟକରେ କୌଣସି ପ୍ରକାର ଅଶ୍ଲିଳ ନୃତ୍ୟ ସଂଗୀତ ପରିବେଷଣକୁ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ ।  ନାଟକ ପ୍ରାରମ୍ଭରେ ଓ ମଝିରେ ମଝିରେ କରୋନା ସଚେତନ ଦୃଶ୍ୟ ପରିବେଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ପ୍ରଶାସନ। କୋଭିଡ ଗାଇଡଲାଇନ୍ ମଧ୍ୟରେ ମାନସିକଧାରି ଦଣ୍ଡୁଆ ଘର ସମ୍ମୁଖରେ ଦଣ୍ଡ କାମନା କରିବା ଲାଗି ଜିଲ୍ଲା ପ୍ରଶାସନ ପୂର୍ବରୁ ଅନୁମତି ପ୍ରଦାନ କରିଛନ୍ତି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ  ଗଞ୍ଜାମ ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଦଣ୍ଡନୃତ୍ୟ କରାଯିବ। କୋଭିଡ୍ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
Govt

Comments are closed.