Odisha news

ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେଉଛି ଶିଶୁ ଉଦ୍ୟାନ

0
ସୁଶାନ୍ତ ପଟ୍ଟନାୟକଙ୍କ ରିପୋର୍ଟ : ଗଂଜାମ ଜିଲ୍ଲା ବ୍ରହ୍ମପୁର ଫାଷ୍ଟଗେଟ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଶିଶୁଉଦ୍ୟାନ ଏବେ ଅବହେଳିତ ଓ ଅବ୍ୟବସ୍ଥା ଭିତରେ ଥିବା ଦେଖିବାକୁ ମିଳିଛି । ପିଲାମାନଙ୍କ ମନୋରଞ୍ଜନ ପାଇଁ କରାଯାଇଥିବା ଶିଶୁ ଉଦ୍ୟାନ ଲକ୍ଷାଧିକ ପାର୍କ ଏବେ ସମ୍ପୂର୍ଣ ଅଚଳ ହୋଇପଡ଼ିଛି। ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ ହୋଇଥିଲା ତାହା ବିଫଳ ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରକ୍ଷଣାବେକ୍ଷଣ ଅଭାବରୁ ପାର୍କରେ ପିଲାଙ୍କ ପାଇଁ ଥିବା ଖେଳ ସାମଗ୍ରୀ, ଯୁବକଙ୍କ ପାଇଁ ଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଓ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ ୱାଟର ଫାଉଣ୍ଟେନ ସବୁକିଛି ନଷ୍ଟ ହୋଇଯାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଯେତେବେଳେ ମହାନଗର ନିଗମରେ କର୍ପୋରେଟର ବା ଜନ ପ୍ରତିନିଧିମାନେ ଥିଲେ ସେହି ସମୟରେ ସ୍ଥାନୀୟ ଲୋକଙ୍କ ସୁବିଧା ସହ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ନାନାପ୍ରକାର ଉପକରଣ ସହ ପାର୍କଗୁଡିକରେ ପିଲାଙ୍କ ଠାରୁ ବୟସ୍କଙ୍କ ନିମନ୍ତେ ବହୁବିଧ ବ୍ୟବସ୍ଥା କରାଯାଇଥିଲା। ଏବେ କିନ୍ତୁ ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବରୁ ଆଜି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଛି।
ମହାନଗର ନିଗମ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ନିମନ୍ତେ ପୂର୍ବତନ କର୍ପୋରେଟର ଅଶୋକ ଶୁକ୍ଳା ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Govt
Leave A Reply