Odisha news

ସୀମିତ ଦଣ୍ଡୁଆକୁଂ ନେଇ ହେବ ଦଣ୍ଡନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବନି ।ମାକ୍ସ ନଥିଲେ ମନ୍ଦିର ପ୍ରବେଶ ମନା

0
ଛତ୍ରପୁର (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲାର ବହୁ ପୁରାତନ ପରମ୍ପରା ଦଣ୍ଡ ନାଚ ପାଇଁ ଅନୁମତି ଦେଇଛି ପ୍ରଶାସନ। ତେବେ କୋଭିଡ୍ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। କୋଭିଡ୍ ଗାଇଡ୍ ଲାଇନ୍ ର ସାମାନ୍ୟତମ ଉଲଘଂନ ନ କରିବାକୁ ଚେତାବନୀ ଦେଇଛି ପ୍ରଶାସନ।
୨ଶହ ଲୋକଙ୍କୁ ନେଇ ଦଣ୍ଡନାଚ ପାଇଁ ଅନୁମତି, ଅଧିକ ହେଲେ ଦାୟୀ ରହିବେ ଆୟୋଜକ ।କୌଣସି ଭୋଜିଭାତ କିମ୍ବା ପ୍ରସାଦସେବନ କାର୍ଯ୍ୟକ୍ରମକୁ ବାରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ। ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ବାଧ୍ୟତାମୂଳକ କରାଯାଇଥିବା ବେଳେ କଟକଣାକୁ ନେଇ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ।ବହୁ ବାଦବିବାଦ ପରେ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ। କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ ପାଇଁ ପାରମ୍ପାରିକ ରୀତି ଅନୁଯାୟୀ ପାଳନ ହେବ । କୋଭିଡ୍ ଗାଇଡ଼ଲାଇନ୍ ଅନୁଯାୟୀ କେବଳ ଦଣ୍ଡୁଆଙ୍କ ଦଣ୍ଡନାଚ ଅନୁଷ୍ଠିତ ହେବ । ତାପୁଣି ୨ଶହ ଲୋକଙ୍କୁ ନେଇ, ତାଠୁ ଯଦି ଅଧିକ ହୁଅନ୍ତି, ତେବେ ଆୟୋଜକ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।। କେବଳ ଦଣ୍ଡନାଚ ନୁହେଁ, ଶିବରାତ୍ରୀକୁ ଦୃଷ୍ଟିରେ ରଖି ଜାଗର ଯାତ୍ରା ପାଇଁ ମଧ୍ୟ କଟକଣା ଜାରି କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ମାସ୍କ ନଥିଲେ କୌଣସି ଭକ୍ତ କିମ୍ବା ଶ୍ରଦ୍ଧାଳୁଙ୍କୁ ଶିବାଳୟ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଭଜନ ସମାରୋହକୁ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶିବ ମନ୍ଦିର ପରିସରରେ ଭୋଗ ବଣ୍ଟନ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛି ।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ।

Some common causes of ED are: aging, medical conditions, obesity, medication side effects, psychological conditions, drug or alcohol use, tobacco use, injuries. The average man stays erect for approximately 5. It just depends on the man. Generic Revatio Your doctor will work with you on a treatment plan, which may include lifestyle changes and medication such as:.

Nalco
Leave A Reply