Odisha news

ଇମ୍ୟୁନିଟି ବଢାଇବା ପାଇଁ ଆବଶ୍ୟକଠୁ ଅଧିକ ଭିଟାମିନ-ସି ସେବନ କରୁଛନ୍ତି : ସାବଧାନ ହୋଇପାରେ କ୍ଷତିକାରକ

0

କରୋନା ମହାମାରୀ ଚାଲିଥିବା ସମୟରେ ଅନେକ ଲୋକ ଭିଟାମିନସି ଅଧିକ ସେବନ କରିଥିବା ଦର୍ଶାଇଥିଲେ l ସେମାନେ ଭିଟାମିନସି ପାଇବା ପାଇଁ ଔଷଧ ସହିତ ଘରୋଇ ଉପାୟ ସହିତ ଅବଲମ୍ବନ କରିଥିଲେ l ଯେଉଁଥିରେ ବିଭିନ୍ନ ପ୍ରକାରର ଫଳ,କାଢା ଔଷଧ ସାମିଲ ଥିଲା l ଲୋକମାନଙ୍କର ଧାରଣା ରହିଥିଲା ଯେ ଭିଟାମିନସି ସେବନ କରି ନିଜର ଇମ୍ୟୁନିଟିକୁ ବଢ଼ାଇ କରୋନା ଠାରୁ ରକ୍ଷା ପାଇ ପାରିବେ l ଏହା ସତ ଯେ ଭିଟାମିନସି ଇମ୍ୟୁନିଟିକୁ ବଢାଇବାର କାମ କରିଥାଏ ,କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହା ଅଧିକ ସେବନ କରିବା ଦ୍ୱାରା କ୍ଷତିକାରକ ମଧ୍ୟ ହୋଇପାରେ l

ଭିଟାମିନସି ପାର୍ଶ୍ଵପ୍ରତିକ୍ରିୟା ଗବେଷକ ମାନଙ୍କର ଗବେଷଣା ଅନୁସାରେ କୌଣସି ବସ୍ତୁ ଅଧିକ ସେବନ କରିବା ଦ୍ୱାରା ଶରୀର ଉପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ପଡିଥାଏ l ଭିଟାମିନସି ମଧ୍ୟ ସେହି ସବୁ ଜିନିଷ ଭଳି ଅଟେ ଯାହା ଆମର ସ୍ୱାସ୍ଥ୍ୟ ପକ୍ଷ ଲାଭଦାୟକ ହେବ ସହିତ ଅଧିକ ସେବନ ଦ୍ୱାରା କ୍ଷତିକାରକ ମଧ୍ୟ ହୋଇଥାଏ l

ଛାତି ପୋଡାଭିଟାମିନସି ପାର୍ଶ୍ୱ ପ୍ରତିକ୍ରିୟାରେ ଛାଡି ପୋଡା ସାମିଲ ରାହିଛି l ଅଧିକ ସେବନ କଲେ ଛାତିର ମଧ୍ୟ ଭାଗରେ ପୋଡା ଅନୁଭବ ହେବ ସହିତ ଗଳାରେ ମଧ୍ୟ ପୋଡାର ସମସ୍ୟା ରହିଥାଏ l

ଅବସାଦଭିଟାମିନସି ଆବଶ୍ୟକତା ଠାରୁ ଅଧିକ ସେବନ କଲେ ଅବସାଦ ସମସ୍ୟା ଆରମ୍ଭ ହୋଇଥାଏ l ଫଳ ଅପେକ୍ଷା ବଜାରରେ ମିଳୁଥିବା ଅନ୍ୟ ଭିଟାମିନସି ଜିନିଷ ଗୁଡିକ ସେବନ କଲେ ଏହି ଅବସାଦ ଦେଖା ଦେଇଥାଏ l

ନିଦ ନଆସିବାଭିଟାମିନସି ଅଧିକ ସେବନ ଦ୍ୱାରା ନିଦ ନଆସିବା ସମସ୍ୟା ଆରମ୍ଭ ହୋଇଥାଏ l ଏହା ସହିତ ମୁଣ୍ଡ ବିନ୍ଧା ଶୋଇବା ସମୟରେ ମୁଣ୍ଡକୁ ଭାରାକ୍ରାନ୍ତ କରିଥାଏ l

ଡାଇରିଆଭିଟାମିନସି ଯୁକ୍ତ ପଦାର୍ଥ ଅଧିକ ସେବନ କଲେ ଡାଇରିଆ ହେବାର ସମ୍ଭାବନା ରହିଥାଏ ,ଏହାର ଅର୍ଥ ପେଟ ଖରାପ ହୋଇ ଝାଡା ସମସ୍ୟା ଦେଖା ଦେଇଥାଏ l

ପେଟ ମୋଡି ହେବଭିଟାମିନସି ଯୁକ୍ତ ଜିନିଷ ଅଧିକ ସେବନ କରିବା ଦ୍ୱାରା ପେଟ ମୋଡି ହେବାର ସମସ୍ୟା ମଧ୍ୟ ଦେଖା ଦେଇଥାଏ l ସେଥିପାଇଁ ଗ୍ୟାସ ମାଧ୍ୟା ଅନୁଭୂତ ହୋଇଥାଏ l ତେଣୁ ଦେଖିଚାହିଁ ଭିଟାମିନସି ସେବନ କରିବା ବଶ୍ୟକ ନଚେତ ଡାକ୍ତରଙ୍କ ପରାମର୍ଶ ସହିତ ସେବନ କରନ୍ତୁ l

 

Leave A Reply