ରାୟଗଡା,୨ ।୩ : ସୋମବାର ଠାରୁ ଆରମ୍ଭ ହୋଇଛି ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ଏହି ପରିପ୍ରେକ୍ଷୀରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ କୋଭିଡ ଟୀକାକରଣ କେନ୍ଦ୍ରରେ ୧୦୦ରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯାଇଛି । ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଆନୁଷ୍ଠାନିକ ବାବେ ବରିଷ୍ଠ ନାଗିରକ ମାନଙ୍କ ଟୀକାକରଣ କେନ୍ଦ୍ରର ଶୁଭଉଦଘାଟନ କରିଥିଲେ । ପ୍ରଥମ ବ୍ୟକ୍ତି ଭାବେ ବରିଷ୍ଠ ନାଗରିକ ତଥା ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ଉପଦେଷ୍ଟା ନରସିଂହ ନାଥ ପାଢୀ ଟୀକା ନେଇଥିଲେ । ପ୍ରତିଦିନ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯିବ ବୋଲି ସୂଚନା ରହିଛି ।
ଟୀକାକରଣ କେନ୍ଦ୍ରରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଆର୍ତବନ୍ଧୁ ନାୟକ, ଡାକ୍ତର ଶ୍ରୀରୟ, ବରଦାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଟୀକାକରଣ କରିଥିଲେ ଦୀପ୍ତିମୟୀ ମିଶ୍ର । ବରିଷ୍ଠ ନାଗରିକ ସଂଘର ସଭାପତି ବିନୋଦ ପଣ୍ଡା, ସଦସ୍ୟ ବ୍ରଜମୋହନ ମାଦଳା, ନିରଂଜନ ବକ୍ସିପାତ୍ର୍ର, ସି.ଏସ.ପାତ୍ର, ରମେଶ ପଣ୍ଡା ପ୍ରମୁଖ ପ୍ରଥମ ପର୍ଯ୍ୟାୟ ଟୀକା ନେଇଥିଲେ । ଟୀକାକରଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କିରଣ କୁମାର ପାତ୍ର ।
