Odisha news

ଅଧ୍ୟାପକ ସ୍ମୃତିରଞ୍ଜନ ଦାଶଙ୍କ ସ୍ମରଣେ…

0

ହିମାଂଶୁ ଶେଖର ଆଚର୍ଯ୍ୟ : ଚାହୁଁ ଚାହୁଁ ୧୨ଦିନ ହୋଇଗଲା । ସେ ଚାଲିଗଲେ ଅଫେରା ରାଇଜକୁ । ଯେଉଁଠିକୁ ଜଣେ ଥରେ ଗଲେ ଆଉ ଫେରିଆସେନା । ଏବେ ସେ ଅଫେରା ବାଟର ବାଟୋଇ । ହେଲେ ତାଙ୍କ ଦେହାନ୍ତର ଦିନ ଯେତେ ଗଡି ଗଡି ଯାଉଛି ତାଙ୍କ ସୁଗୁଣର ସୁମନ ସେତେ ବେଶି ପାଖୁଡା ମେଲାଉଛି ।ଆଉ ସେ ବାସକୁ ଆଘ୍ରାଣ କରୁଛନ୍ତି ତାଙ୍କ ହାତଗଢା ଛାତ୍ରଛାତ୍ରୀ, ସହକର୍ମୀ ବନ୍ଧୁ, ଶୁଭେଚ୍ଛୁ, ଆତ୍ମୀୟସ୍ୱଜନ ଓ ପରିବାର ବର୍ଗ । ଏମିତି ଜଣେ ସୁଗୁଣଓ ସୁକର୍ମର ଅଧିକାରୀ ଥିଲେ ଅଧ୍ୟାପକ ସ୍ମୃତିରଞ୍ଜନ ଦାଶ । ସବୁରୁ ପ୍ରିୟ ‘ସ୍ମୃତି ସାର୍’ ।

ତାଙ୍କର ଅକାଳ ବିୟୋଗ ହେଲା ୨୦୨୧ ମସିହା ଫେବୃଆରୀ ୧୯ ତାରିଖରେ ମାତ୍ର ୪୬ବର୍ଷ ବୟସରେ । ତାଙ୍କ ପରଲୋକ ଖବର ପହଁଞ୍ଚିବା ପରେ କଲେଜରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ମର ଶରୀରକୁ ପ୍ରଥମେ ସିପି ସ୍ଥିତ ବାସଭବନରୁ ତାଙ୍କ କର୍ମଭୂମି ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳଦାସ ମହାବିଦ୍ୟାଳୟ ନିକଟକୁ ନିଆଯାଇଥିଲା । ସେଠାରେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ, ସହକର୍ମୀ ଓ ଶୁଭେଚ୍ଛୁମାନେ ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସମସ୍ତଙ୍କ ମୁହଁରେ ଗୋଟିଏ କଥା – ‘ସ୍ମୃତି ସାର୍ ଅସମୟରେ ଚାଲିଗଲେ’ । ଅଧ୍ୟକ୍ଷ କ୍ୟାପଟେନ୍ ଜ୍ଞାନରଞ୍ଜନ ସାମନ୍ତାରାୟ କହିଲେ-ଆମ କଲେଜ ଜଣେ ପ୍ରତିଭାବାନ ଓ ଛାତ୍ରବସôଳ ଅଧ୍ୟାପକଙ୍କୁ ହରାଇଲା ।

ଯୁବ ଅଧ୍ୟାପକ ସ୍ମୃତିରଞ୍ଜନ ଦାଶଙ୍କ ଜନ୍ମ ୧୯୭୫ ମସିହାରେ । ତାଙ୍କ ପିତାଙ୍କ ନାମ ବୃନ୍ଦାବନ ଦାଶ ଓ ମାତାଙ୍କ ନାମ ନିର୍ମଳା ଦାଶ । ବାଲ୍ୟକାଳରୁ ସେ ଜଣେ ସ୍ୱାଧୀନଚେତା ଓ ମେଧାବୀଛାତ୍ର ଥିଲେ । ସ୍ଥାନୀୟ ଏସ୍.ଭି.ଏମ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲକଲା ପରେ ସେ ଖଲ୍ଲିକୋଟ କଲେଜରୁ ଇଂରାଜୀ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୨୦୦୩ ମସିହାରୁ ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ଅଧ୍ୟାପକଭାବେ କାର୍ଯ୍ୟକରି ଆସୁଥିଲେ । ଜଣେ ଛାତ୍ରବସôଳ, କର୍ମଠ ଓ ଦକ୍ଷ ଅଧ୍ୟାପକ ଭାବେ ତାଙ୍କର ସୁନାମ ଥିଲା । ତାଙ୍କର ପାଠପଢା ଶୈଳୀଥିଲା ସ୍ୱତନ୍ତ୍ର ।

ଏବେ ଇଂରାଜୀ ଭାଷା ଶିକ୍ଷା ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ବିଷୟ ହୋଇଥିବା ବେଳେ ସ୍ମୃତି ସାରଙ୍କ ପଢାଇବା ତରିକା ପିଲାଙ୍କ ପାଇଁ ବୋଧଗମ୍ୟ ହୋଇପାରୁଥିଲା । ସେଥିପାଇଁ ତ ଛାତ୍ରଛାତ୍ରୀମାନଙ୍କର ଭିଡ ସବୁ ସମୟରେ ତାଙ୍କ ପାଖରେ ଲାଗି ରହୁଥିଲା ।କେବଳ ଜଣେ ଦକ୍ଷ ଅଧ୍ୟାପକ ଭାବେ ନୁହେଁ କଲେଜର ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ବିଭିନ୍ନ ସମୟରେ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ତାଙ୍କୁ ଯେଉଁ ଦାୟିତ୍ୱ ଦେଉଥିଲେ ସେ ତାକୁ ସୂଚାରୁରୂପେ ତୁଲାଉଥିଲେ । ଏହା ତାଙ୍କ ପାରିବା ପଣିଆର ଆଉ ଏକ ନମୁନାଥିଲା । ସେଥିପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ।

ଫେବୃଆରୀ ୧୯ ତାରିଖ ଥିଲା ପବିତ୍ର ମାଘ ସପ୍ତମୀ ତିଥି । ଆଦିକବି ସାରଳା ଦାସଙ୍କ ଶ୍ରାଦେ୍ଧାସôବ । ସେଥିପାଇଁ କଲେଜ ପରିବେଶ ଚଳଚଞ୍ଚଳଥିଲା । ପ୍ରତିବର୍ଷ ପରି ଏବର୍ଷ କଲେଜ ପରିସରରେ ସାରଳା ଦାସଙ୍କ ଶ୍ରାଦେ୍ଧାସôବ ପାଳନ କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା । ପ୍ରତୁ୍ୟଷରୁ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସମେତ ଛାତ୍ରଛାତ୍ରୀମାନେ କବିଙ୍କ ଉଦେ୍ଦଶ୍ୟରେ ପୁଣ୍ୟତୋୟା ମହାନଦୀରେ ତିଳତର୍ପଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସାହିତ୍ୟ ସଭାରେ ଯୋଗ ଦେବାପାଇଁ ନିର୍ଦ୍ଧାରିତ ସମୟରେ ଅତିଥିମାନେ କଲେଜ ପରିସରରେ ପହଞ୍ଚି ଯାଇଥିଲେ । ଆକସ୍ମିକଭାବେ ସ୍ୱର୍ଗତ ଦାଶଙ୍କ ମୃତୁ୍ୟ ଖବର କଲେଜରେ ପହଞ୍ଚିଯାଇଥିଲା । ଫଳରେ ସାରଳାଦାସଙ୍କ ଶ୍ରାଦେ୍ଧାସôବ ଶୋକ ସଭାରେ ପରିଣତ ହୋଇଥିଲା । କଲେଜ ପରିସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଅଧ୍ୟାପକ ଓ କର୍ମଚାରୀ ଏହି ସଭାରେ ସ୍ମୃତି ସାର୍ଙ୍କ ଅନେକ ସୁଗୁଣ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନେ କହିଥିଲେ ସ୍ମୃତି ସାରଙ୍କ ପରି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ , ଅଧ୍ୟାପକଙ୍କ ଅକାଳ ବିୟୋଗ କଲେଜପାଇଁ ଏକ ଅପୂରଣୀୟ କ୍ଷତି । ପ୍ରକୃତରେ ତାଙ୍କ ନାମର ସାର୍ଥକତା ସେ ରଖିଯାଇଛନ୍ତି । ସାରଳା ଦାସଙ୍କ ଶ୍ରାଦେ୍ଧାସôବରେ ତାଙ୍କ ମରଣ ପ୍ରକୃତରେ ସ୍ମୃତି ହୋଇ ରହିଗଲା । ପ୍ରତିବର୍ଷ ଶ୍ରାଦେ୍ଧାସôବ ଆସିଲେ ସେ ନିଶ୍ଚୟ ସ୍ମୃତିକୁ ଆସିବେ, ଏଥିରେ ଦ୍ୱିରୁକ୍ତି ନାହିଁ ।
ଜଣେ ବନ୍ଧୁବସôଳ ବ୍ୟକ୍ତି ଭାବେ ସ୍ୱର୍ଗତ ଦାଶ ସବୁଦିନ ପାଇଁ ମନେରହିବେ । ତିର୍ତ୍ତୋଲ କଲେଜରେ ଯୋଗଦାନପରେ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଅଧ୍ୟାପନା କେବଳ ତାଙ୍କର ପେସା ନଥିଲା, ଥିଲା ନିଶା । ତାଙ୍କର ନିରବଚ୍ଛିନ୍ନ ପ୍ରୟାସ ଓ ପରିଶ୍ରମ ଯୋଗୁଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖିବା ସହ ସଫଳ ହୋଇପାରୁଥିଲେ । ବିଶେଷକରି ଏହାର ଶୈକ୍ଷିକ ବାତାବରଣ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ତିର୍ତ୍ତୋଲ କଲେଜରେ ପଢିବା ପାଇଁ ଆକୃଷ୍ଟ କରୁଥିଲା । ଏହି କଲେଜରେ ଅନେକ ପ୍ରବୀଣ ଓ ବିଦ୍ୱାନ ଅଧ୍ୟାପକମାନେ ରହିଥିଲେ ମଧ୍ୟ ଖୁବ୍ କମ୍ ଦିନରେ ଓ କମ୍ ବୟସରେ ସ୍ମୃତିରଞ୍ଜନ ଉଭୟ ପାଠ ଓ ଶାଠରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇପାରିଥିଲେ । ତେଣୁ ତାଙ୍କ ଅକାଳ ବିୟୋଗ ସମସ୍ତଙ୍କ ପାଇଁ ଏକ ଦାରୁଣ ଧକ୍କା । ଅନେକ ସମୟରେ ବନ୍ଧୁମାନଙ୍କ ସହ କଥା ବାର୍ତ୍ତା ସମୟରେ ସେ ଜୀବନକୁ ଭାରି ସହଜଭାବରେ ନେଇଥାନ୍ତି । ଆଜିର ବସ୍ତୁବାଦୀ ଦୁନିଆରେ ଧନ ସମ୍ପତ୍ତି ପଛରେ ସମସ୍ତେ ଧାଇଁଥିବା ବେଳେ ସ୍ମୃତିବାବୁ ସବୁ ବେଳେ କୁହନ୍ତି- ‘ଏଜୀବନ ଦୁଇ ଦିନିଆ, ଆଜି ଅଛି କାଲିକି ନାହିଁ’ । କିଏବା ଜାଣେ ଆଉ କେତେ ଦିନ କିଏ ବଞ୍ଚିବ? ଏମିତି କିଛି ଭଲ କାମ କରିଯିବା ଯଦ୍ୱାରା ଆମେ ଚାଲିଗଲା ପରେ ସମସ୍ତେ କହିବେ ଆହା! ଭଲ ଥିଲା ଚାଲିଗଲା । ଏମିତି କଥା କେବଳ ସ୍ମୃତି ବାବୁଙ୍କ ପରି ନିଛକ ମଣିଷପଣିଆ ଥିବା ମଣିଷ ହିଁ କହିପାରନ୍ତି । ସତରେ ସେ ଥିଲେ ଅନନ୍ୟ-ଅନ୍ୟମାନଙ୍କ ଠାରୁ ଫରକ ।
ଈଶ୍ୱରଙ୍କ ସୃଷ୍ଟି ସବୁବେଳେ ଏମିତି । କୁହାଯାଏ-ଭଗବାନ ଯାହାକୁ ଯେତେ ଭଲପାଆନ୍ତି, ତାକୁ ସେତେ ଶୀଘ୍ର ନିଜ ପାଖକୁ ନେଇଯାଆନ୍ତି ।

Leave A Reply