ଛତ୍ରପୁର 19/2 : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡର ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ମାନଙ୍କୁ ନେଇ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଦିନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉପସ୍ଥିତ ଥିବା ସତର ଗୋଟି ଗୋଟି ଅନୁଦାନ ପ୍ରାପ୍ତ କଲେଜର ଅଧ୍ୟକ୍ଷ ମାନଙ୍କୁ ସ୍ୱାଗତ ଜଣାଇ ଉପଜିଲ୍ଲାପାଳ ସମସ୍ତ ମହାବିଦ୍ୟାଳୟ ଗୁଡିକର ଉନୟନ ମୂଳକ କାର୍ଯ୍ୟ, ଭିତିଭୂମି, ଅନୁଦାନ ଓ ଖର୍ଚ୍ଚ ସମ୍ୱନ୍ଧୀୟ ସମସ୍ତ ବିଷୟ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ l ଅଧ୍ୟକ୍ଷ ମାନେ ନିଜ ନିଜ ଶିକ୍ଷାନୁଷ୍ଠାରେ ଉତ୍ତମ ଶିକ୍ଷା ପ୍ରଦାନ କରି ଆଦର୍ଶ ବିଦ୍ୟାର୍ଥୀ ଗଠନ ଦିଗରେ ଯତ୍ନବାନ ହେବାପାଇଁ ପରାମର୍ଶ ଦିଆଯାଇଥିଲା l ଶିକ୍ଷାନୁଷ୍ଠାନ ଏକ ପବିତ୍ର ଅନୁଷ୍ଠାନ ଏଣୁ କର୍ମଚାରୀ ମାନଙ୍କ ମଧ୍ୟରେ ଥିବା ଅନ୍ତଃଦ୍ୱନ୍ଦ୍ୱ ମନୋଭାବ ପରିତ୍ୟାଗ କରି ଭାଇଚାରାର ମନୋଭାବ ନେଇ ଅନୁଷ୍ଠାନର ପ୍ରଗତି ନିମନ୍ତେ ସମୂହ ଚେଷ୍ଟିତ ହେବାପାଇଁ ଉପଜିଲ୍ଲାପାଳ ମହତ ପରାମର୍ଶ ଦେଇଛନ୍ତି l ସମସ୍ତ କର୍ମଚାରୀଙ୍କ ବ୍ୟକ୍ତିଗତ ସେବା ପୁସ୍ତକ ଓ ନଥି ସଠିକ ଭାବେ ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ପୂରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ l କର୍ମଚାରୀ ମାନଙ୍କ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ତୁରନ୍ତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ନେବା ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ l ନିର୍ଦ୍ଧାରଣ ଖାତା ଗୁଡ଼ିକୁ ନବୀକରଣ କରିବା ସହ ସଭାପତିଙ୍କ ସ୍ଵାକ୍ଷର ରଖିବା ନିମନ୍ତେ ସମସ୍ତ ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗ ଦ୍ୱାରା ପ୍ରଣୀତ ହୋଇଥିବା ନୀତି ଓ ନିୟମ ଗୁଡ଼ିକୁ ସଠିକ ରୂପେ ପାଳନକରି ସମସ୍ତ ଉନୟନ ମୂଳକ କାର୍ଯ୍ୟ ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଶ୍ରୀ ପୃଷ୍ଟି ଗୁରୁତ୍ୱ ଆରୋପ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସେକସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ, ବରିଷ୍ଠ ରାଜସ୍ବ ସହାୟକ ପ୍ରଶାନ୍ତ କୁମାର ଦାଶ ଉପସ୍ଥିତ ରହିଥିଲେ
Comments are closed.