Odisha news

ଋଣ ଭାରରେ ଚିନ୍ତାରେ ରହୁଛନ୍ତି କି : ଆପଣାନ୍ତୁ ଏହି ବାସ୍ତୁ ଉପାୟ

କିଛି ଅସୁବିଧା କାରଣରୁ ଆମକୁ ଋଣ କରିବାକୁ ପଡିଥାଏ l ଆମେ ଋଣ ନେବାକୁ ସୁଖ ମଣିଥାଉ କିନ୍ତୁ ତାହା ପରିଶୋଧ କରିବା ଆମ ପକ୍ଷରେ କଷ୍ଟକର ହୋଇଥାଏ l ଋଣ  ଗୋଟିଏ ଏପରି ଜିନିଷ ଯାହାକୁ ଯେତେ କମ କରିବାକୁ ଚାହିଁଲେ ମଧ୍ୟ ଏହାର ଭାର ହଟିବା ବଡ଼ କଷ୍ଟକର ହୋଇପଡେ l ଋଣ ଗ୍ରସ୍ତ ବ୍ୟକ୍ତି କଦାପି ସୁଖ ଓ ଶାନ୍ତିରେ ରହି ପାରିନାହଁ l କାରଣ ସେ ସର୍ବଦା ଚିନ୍ତାରେ ରହିଥାଏ ଯେ କିପରି ଭାବରେ ସେଥିରୁ ମୁକ୍ତି ପାଇବ lତେଣୁ ଆଜି ଆମେ ଆପଣଙ୍କୁ ଋଣ ଭାରରୁ କିପରି ମୁକ୍ତି ପାଇବେ ସେ ବିଷୟରେ କହିବୁ l

* ଋଣର କିସ୍ତି ଦେବା ପାଇଁ ସବୁବେଳେ ମଙ୍ଗଳବାରକୁ ବାଛିବା ଉପଯୁକ୍ତ ଅଟେ l ମଙ୍ଗଳବାର ଦିନ କାହାକୁ ଋଣ ଶୁଝିବା ଦ୍ୱାରା ତାର ବୋଝ ଶୀଘ୍ର କମ ହୋଇଥାଏ l

* ଗୃହର ଦକ୍ଷିଣ -ପଶ୍ଚିମ ଭାଗରେ ଯଦି ଶୌଚାଳୟ ହୋଇଛି ତେବେ ଏହା ବ୍ୟକ୍ତିର ଋଣ ଭାରକୁ ବଢ଼ାଇ ଦେଇଥାଏ l ତେଣୁ ଘରର ଏହି ଦିଗରେ ଶୌଚାଳୟ ନିର୍ମାଣ କରାନ୍ତୁ ନାହିଁ l

* ଏହା ଛଡା ଘର କିମ୍ବା ଦୋକାନର ଉତ୍ତର -ପୂର୍ବ ଦିଗରେ କାଚ ଲଗାଇବା ଉଚିତ ,କାରଣ ଏହି ଦିଗରେ କାଚ ଲଗାଇବା ଦ୍ୱାରା ଋଣରୁ ମୁକ୍ତି ମିଳିଥାଏ , କିନ୍ତୁ କାଚଟିରେ କୌଣସି ନାଲି ,ଖଇରିଆ କିମ୍ବା କମଳା ରଙ୍ଗ ରହିବା ଉଚିତ ନୁହେଁ l ତା ସହିତ କାଚ ଟି ଯେତେ ହାଲୁକା ଓ ବଡ଼ ଆକାରର ହୋଇଥିବ ଆପଣଙ୍କ ପାଇଁ ସେତେ ଭଲ l

* ଯଦି ଆପଣ ମଙ୍ଗଳବାର ଦିନ ଷଣ୍ଢକୁ ପାଚିଲା କଦଳୀ,ଅରୁଆ ଚାଉଳ ଓ ଦୁବ ଘାସ ଖାଇବାକୁ ଦେବେ ଆପଣ ଋଣ ମୁକ୍ତ ହେବେ l ଆପଣ ଷଣ୍ଢକୁ ଖାଇବାକୁ ଦେବା ପୂର୍ବରୁ ନିଶ୍ଚିନ୍ତ ଭାବରେ ସ୍ନାନ ସାରିଥିବା ଆବଶ୍ୟକ l

* ଗୃହକର୍ତ୍ତାଙ୍କୁ ଘରର ଉତ୍ତର -ପୂର୍ବ କୋଣରେ ସନ୍ଧ୍ୟା ସମୟରେ ପ୍ରତେକଦିନ ଦୀପଟିଏ ଜଳାଇବା ଆବଶ୍ୟକ ,ଯାହା ତାଙ୍କ ପାଇଁ ଶୁଭ ହୋଇଥାଏ l

Comments are closed.