Odisha news

ଦୁନିଆର ସବୁଠୁ ଅଦ୍ଭୁତ ଫିଲ୍ମି ଫେଷ୍ଟିଭାଲ : ଜଣେ ମହିଳା ଓ ୭୧ ଟି ଚଳଚିତ୍ର

ନୂଆଦିଲ୍ଲୀ : ପ୍ରତିଷ୍ଠିତ ଫିଲିମ ଫେଷ୍ଟିଭାଲ ଗୋଟ ବର୍ଗ ଯେବେ ୨୦୨୧ ପାଇଁ ଆବେଦନ ପତ୍ର ବାହାର କରିଥିଲା ସେତେବେଳେ ଅଧିକାଂଶ ଆବେଦକ ଗୋଟିଏ ଆବେଦନ ପତ୍ରକୁ ପୁରାଣ କରିଥିଲେ l ଖାସ କଥାଟି ଏହାକି ଏହି ଆବେଦନ ପାତ୍ରରେ ଯାହାର ମଧ୍ୟ ନାମ ଆସିଥାଏ ତାହାକୁ ସୁଇଡେନର ଗୋଟିଏ ସୁନସାନ ଟାପୁକୁ ଗୋଟିଏ ସପ୍ତାହ ପାଇଁ ଚଳଚିତ୍ର ଦେଖିବାକୁ ସୁବିଧା ମିଳିଥାଏ l ଏହି ଅଦ୍ଭୁତ ଫିଲିମ ଫେଷ୍ଟିଭାଲ ପାଇଁ ପେଟର ନଷ୍ଟର ଦ୍ୱୀପକୁ ଯିବାପାଇଁ ସୁବିଧା ସୁଇଡେନର ଡାକ୍ତର ଖାନରେ କାମ କରୁଥିବା ଜଣେ ନର୍ସଙ୍କୁ ମିଳିଛି ଓ ସେ ଏହି ଦ୍ୱୀପକୁ ଗୋଟିଏ ମୋଟର ବୋଟ ସାହାଯ୍ୟରେ ଯାଇ ଗୋଟିଏ ସପ୍ତାହ ବିତାଇ ଆସି ସାରିଛନ୍ତl

ଏହି ସମୟରେ ସେ ଏହି ସୁନସାନ ଟାପୁରେ ଗୋଟିଏ ସପ୍ତାହ ଏକୁଟିଆ ବିତାଇ ଅଧିକାଂଶ ଚଳଚିତ୍ର ଦେଖିକି ଫେରିଛନ୍ତି l ଏହି ନର୍ସ ଜଣଙ୍କର ନାମ ହେଉଛି ଲିସା ସେ କହିଛନ୍ତି ଯେ ଏଠାରେ ମତେ ଏକୁଟିଆ ରହିବାକୁ ଖରାପ ଲାଗି ନଥିଲା ,ମୁଁ ଏଠାରେ ଖୁବ ଶାନ୍ତିରେ ଥିଲି ମୁଁ ଏଠି ମୋ ସାଙ୍ଗମାନଙ୍କ ସାଥିରେ କଥାବାର୍ତା ହୋଇ ପାରୁ ନଥିଲି କାରଣ ଏହି ସ୍ଥାନକୁ ମୋବାଇଲ ନେବା ମନା ଅଟେ l ମୁଁ ଅଧିକାଂଶ ସମୟ ଅନେକ ଗୁଡିଏ ଚଳଚିତ୍ର ଦେଖି ସେ ବିଷୟରେ ଏକୁଟିଆ ବସି ଭାବୁଥିଲି l ମୁଁ ମୋ ସାଙ୍ଗ ମାନଙ୍କୁ ଏହି ଟାପୁକୁ ଯିବା ବିଷୟରେ କହି ପରି ନଥିଲି କାରଣ ମୋ ପାଖରେ ଅଧିକ ସମୟ ନଥିଲା l ସେ ଆହୁରି ମଧ୍ୟ କହିଅଛନ୍ତି ମତେ ଏଠାରେ ଗୋଟିଏ ଗୋଟିଏ ଦିନ ଗୋଟିଏ ଗୋଟିଏ ବର୍ଷ ଭଳି ମାନେ ହେଉଥିଲା l

ମୁଁ ଏଠାରେ ସକାଳୁ ଉଠି ସୂର୍ଯ୍ୟ ଉଦୟ ଦେଖି ଯୋଗାସନ କରୁଥିଲି l ଏହା ପରେ ଜଳଖିଆ ଖାଇ ସାରି ଏଠାରେ ତରହିବ ଲାଇଟ ହାଉସ ଚାରି ପାଖରେ ଦୌଡୁ ଥିଲି l ମୁଁ ଦ୍ବିପହର ସମୟରେ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିଲି ଓ ସନ୍ଧ୍ୟା ସମୟରେ ସୂର୍ଯ୍ୟସ୍ଥ ମଧ୍ୟ ଦେଖୁଥିଲି l ରାତିରେ ମତେ ଅନ୍ଧାରରେ ଭୟ ଲାଗୁଥିଲା ବୋଲି ମୁଁ ରାତିସାରା ସିନେମା ଦେଖି ଶୋଉଥିଲି l ତାଙ୍କୁ ପଚାର ଯାଇଥିଲା ଯେ ତମେ ସବୁଠାରୁ କେଉଁ ବିଷୟରେ ଅଧିକ ଖୁସି ଅଛ ସେ କହିଥିଲେ ଯେ ନିଜ ଫୋନ ଠାରୁ ଦୂରରେ ରହି ନିଜପାଇଁ କିଛି ସମୟ ଦେଇ ପାରିଥିବାରୁ ମୁଁ ଖୁବ ଖୁସି ଅନୁଭବ କରିଥିଲି l

Comments are closed.