ନୂଆପଡ଼ା-୧୫/୨ : ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ବନ୍ଦ ପାଳିତ ହୋଇଅଛି। ନୂଆପଡା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସଭପତି ଘାସିରାମ ମାଝୀ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ଏକତା ଛକ ନିକଟ ରେ ଏକତ୍ରିତ ହୋଇ ଜାତୀୟ ରାଜପଥ କୁ ବନ୍ଦ କରି ଦେବାରୁ ଦୁଇ ମୁଣ୍ଡ ରେ ଶତାଧିକ ଗାଡି ମଟର ଅଟକି ରହିଥିଲା। ଅପରାହ୍ନ ଏକ ଟା ପରେ ରାସ୍ତା ଅବରୋଧ ହଟି ଥିଲା ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ବନ୍ଦ ରହିଥିଲା।
ସେ ହି ଭଳି ଖଡ଼ିଆଳ ଠାରେ ବନ୍ଦ ପାଳନରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନେତୃତ୍ୱ ରେ ବନ୍ଦ ପାଳନ ବେଳେ ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଦର ହ୍ରାସ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପ୍ରକାଶ କରିଛନ୍ତି। ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଏବଂ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧିରେ ଜିଲ୍ଲା ବନ୍ଦ ହୋଇଅଛି। ଏହି ବନ୍ଦ ସକାଳ ୬ଘଂଟା ରୁ ଅପରାହ୍ନ ୧ ଘଣ୍ଟା ବନ୍ଦ ପର୍ଯ୍ୟନ୍ତ ବନ୍ଦ ରହିଥିଲା।।ଅଖ ଚକ ବନ୍ଦ ରହିଥିବା ବେଳେ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଏବଂ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଅଛି। ଜିଲ୍ଲା ଯୁବ ସଭାପତି କପିଳ ଭୋଇ, ହୀରାଧର ମେହେର ଶତାଧିକ କଂଗ୍ରେସ କମିଟି କର୍ମୀ ଯୋଗଦେଇଥିଲେ।

Comments are closed.