Odisha news

ନୂଆପଡା : ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଦ୍ୱାରା ବାଘ ଛାଲ ଜପତ : ଦୁଇ ଗିରଫ

ନୂଆପଡା-୧୫/୨ : ସିନାପାଲି ବ୍ଲକ ପାଳସାପଡା ଛକ ଠାରେ କଲରାପତରିଆ ବାଘ ଚମଡା ବୀକ୍ରୀ କାରବାର ଚାଲୁଥିବା ବେଳେ ସ୍ବତନ୍ତ୍ର ଟାକ୍ସ ଫୋର୍ସ ଚଢ଼ାଉ କରିଛନ୍ତି। ଘଟଣା ସ୍ଥଲୁ ଦୁଇ ଅଭିଯୁକ୍ତଙ୍କୁ  ଗିରଫ ହୋଇଥିବା  ବେଳେ ବାଘ ଛାଲ ଏବଂ ଅନ୍ୟ ସାମଗ୍ରୀ ଜବତ କରିଥିବା ସ୍ବତନ୍ତ୍ର ଟାକ୍ସ  ଫୋର୍ସର ଏକ ପ୍ରେସ ବିବୃତିରେ ଜଣାପଡିଛି।    ଅଭିଯୁକ୍ତ ଖଡ଼ିଆଳ ନିଵାସୀ ସୁବେର ସିଂ ଦେଓ ଏବଂ ଅନ୍ୟ ଜଣେ ସିନାପାଲି ନିଵାସୀ ସାମନ ସିଂ ମାଝୀ ଙ୍କୁ ଗିରଫ କରିଛନ୍ତି। ତାଙ୍କ ବିରୁଦ୍ଧରେ ସ୍ଵତନ୍ତ୍ର ଟାକ୍ସ ଫୋର୍ସ କେଶ ନଂମ୍ବର ୮ ରେ ମାମଲା ରୁଜୁ ହୋଇଅଛି। ଭାରତୀୟ ଦଣ୍ଡ ସଂହିତା ଧାରା ୩୭୯/୪୧୧ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୫୧ ଧାରାରେ ମାମଲା ରୁଜୁ ହୋଇଅଛି। ଜବତ ହୋଇଥିବା ବାଘ ଚମଡ଼ାକୁ ଭାରତୀୟ ବନ୍ୟ ପ୍ରାଣୀ ଅନୁସନ୍ଧାନ ସଂସ୍ଥା କୁ ପରୀକ୍ଷା ପାଇଁ ପଠାଯାଇଛି।

IEC 2 years

Comments are closed.