Odisha news

୪ ବର୍ଷ ଝିଅର କମାଲ : ହଜାର ବର୍ଷରୁ ବିଲୁପ୍ତ ହୋଇଥିବା ଡାଇନୋସର ପାଦ ଚିହ୍ନକୁ ଖୋଜି ବାହାର କଲେ

0

ନୂଆଦିଲ୍ଲୀ : ବ୍ରିଟେନରେ ଗୋଟିଏ ୪ ବର୍ଷର ଛୋଟ ଝିଅ ଡାଇନୋସରର ପାଦ ଚିହ୍ନକୁ ଖୋଜି ବାହାର କରିଛି l ଯାହା ୱେଲସର ଗୋଟିଏ ସମୁଦ୍ର କୂଳରେ ମିଳିଛି l ଗତ ୧୦ ବର୍ଷରେ ଏହା ବ୍ରିଟେନରେ ପ୍ରଥମଥର ଡାଇନୋସରର ପାଦ ଚିହ୍ନ ନମୁନା ସୁନ୍ଦର ଭାବରେ ମିଳିଛି l ଲିଲି ନାମକ ଛୋଟ ଝିଅ ଏହି ବିଶେଷ ଖୋଜ ମାଧ୍ୟମରେ ବୈଜ୍ଞାନିକ ମାନଙ୍କୁ ଡାଇନୋସର ବିଷୟରେ ଅନେକ ସୂଚନା ଯୋଗାଇ ଦେଇଛନ୍ତି ,ଏହି ପାଦ ଚିହ୍ନଟି ୨୨୦ ମିଲିୟନ ବର୍ଷର ପୁରୁଣା ପାଦ ଚିହ୍ନ ଅଟେ l

ଛୋଟ ଝିଅଟି ସମୁଦ୍ର କୁଳର ପଥର ଉପରେ ଚାଲୁଥିବା ବେଳେ ୧୦ ସେଣ୍ଟିମିଟର ଲମ୍ବା ଡାଇନୋସରର ପାଦ ଚିହ୍ନ ମିଳିଥିଲା l ସୂଚନା ଅନୁସାରେ ଏହି ଡାଇନୋସରଟି ନିଜର ଦୁଇ ପାଦରେ ଚାଲିଥାଏ ଓ ଛୋଟ ଛୋଟ ଜନ୍ତୁ ପୋକଯୋକଙ୍କୁ ଶିକାର କରିଥାଏ l ୱେଲସର ସଂଗ୍ରହାଳୟ ଲିଳିଙ୍କ ଦ୍ୱାରା ଅବିସ୍କୃତ ହୋଇଥିବା ଡାଇନୋସରର ପାଦ ଚିହ୍ନକୁ ଏକ ଫଟୋ ମାଧ୍ୟମରେ ଦେଖାଇଛନ୍ତି l ଗବେଷକ ମାନଙ୍କ ମତରେ ଏହି ସମୁଦ୍ର କୂଳରେ ମିଳିଥିବା ଡାଇନୋସର ପାଦ ଚିହ୍ନ ଆଜି ପର୍ଯ୍ୟନ୍ତ ମିଳିଥିବା ସମସ୍ତ ତଥ୍ୟ ଠାରୁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ l

ଲିଲି ତାଙ୍କ ପିତା ରିଚାର୍ଡଙ୍କ ସହିତ ସମୁଦ୍ର କୂଳରେ ବୁଲୁଥିଲେ l ସେ ଚିହ୍ନଟିକୁ ଦେଖି ତାଙ୍କ ପିତାଙ୍କୁ କହିଥିଲେ ବାପା ଦେଖ ,ସେତେବେଳେ ରିଚାର୍ଡ ଏହାର ଫଟୋ ନେଇଥିଲେl ଲିଳିଙ୍କ ମା ସେଲି ଏହି ବିଷୟରେ ସୂଚନା ଦେଇଥିଲେ l ଚଳିତ ସପ୍ତାହରେ ପ୍ରାକୃତିକ ସଂରକ୍ଷଣ ସଂସ୍ଥା ଦ୍ୱାରା ଅନୁସନ୍ଧାନ କରାଯାଇ ବିଭିନ୍ନ ଜିନିଷର ଗବେଷଣା କରାଯିବ l ସଂଗ୍ରହାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ବୈଜ୍ଞାନିକ ମାନଙ୍କୁ ଏହା ବିଶେଷ ଖୋରାକ ଯୋଗାଇବା ,ଯାହା ଦ୍ୱାରା ସେମାନେ ଡାଇନୋସର ବିଷୟରେ ଠିକ ଭବରେ ଗବେଷଣା କରି ପାରିବେ l

Govt
Leave A Reply