Odisha news

ନର୍ଲା ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ

0
ନର୍ଲା/ (ଦୀପକ କୁମାର ଠାକୁର)ନର୍ଲା ଠାରେ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ନର୍ଲା ବିଧାୟକ ଭୁପିନ୍ଦର ସିଂଙ୍କୁ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଧାୟକ ନର୍ଲାରେ  ୧୭ ବର୍ଷରୁ କମ ଆନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଗାମୀ ଦିନରେ କରିବା ପାଇଁ ମତ ରଖିଥିଲେ। ଚଳିତ ବର୍ଷ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକ ଉଠିବା ନେଇ ଯେଉଁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏଥିରେ ବଣ ପାହାଡ ଘେରା ଗାଁର ଶିଶୁ  ନଦୀ,ନାଳ , ଜଙ୍ଗଲ ଡେଇଁ  ବିଦ୍ୟାଳୟକୁ ଆସୁଥିବା ବେଳେ ଏହି ବିଦ୍ୟାଳୟଗୁଡ଼ିକ ଉଠିବ ନାହିଁ ବୋଲି କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ନର୍ଲା ବିଜେଡି ବ୍ଲକ ସଭାପତି ପରେଶ ପଧାନ,ହମେଶ ଜୈନ, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ, ଛାତ୍ର ଯୁବ ସଭାପତି ଓମ ପୁଝାରୀ, ନର୍ଲା ବିଜେଡି ପୂର୍ବତନ ସଭାପତି ମନମୋହନ ନାଏକ,କୈ।ତୁକ ଖମାରୀ, ପ୍ରଦୀପ ହଂସ, ପୂର୍ଣ୍ଣ ପୁଝାରୀ,ଚକ୍ର ଗଉଡ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ନର୍ଲା କଲେଜ କ୍ରୀଡା ଶିକ୍ଷକ ସୁମନ୍ତ ପୁଝାରୀ ପରିଚାଳନା କରିଥିଲେ।
Nalco
Leave A Reply