Odisha news

ରୂଷ୍ୟ ମୁଖ୍ୟ ପର୍ବତ ରାଙ୍କି ଗୁମ୍ଫା।ଐତିହ କିମ୍ବଦନ୍ତୀ ପର୍ଯ୍ୟଟକଙ୍କୁ ଚକିତ କରୁଛି।ମନ ମୋହିଛି

0
ତେଲକୋଇ-ତେଲକୋଇ ବ୍ଲକ ଏକ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ପୁରାତନ କାଳରୁ ବିଭିନ୍ନ ଜଳପ୍ରପାତ ଠାରୁ ଆରମ୍ଭ କରି ଗୁମ୍ଫା ମାନ ରହିଛି।ତେବେ ପଡାଙ୍ଗ ପଞ୍ଚାୟତ ଅଧିନସ୍ଥ ରାଙ୍କି ଗ୍ରାମରେ ରହିଥିବା ଏକ ଗୁମ୍ଫା ସମ୍ପୂର୍ଣ୍ଣ ନିଆରା।ଏହି ଗୁମ୍ଫାକୁ ରୂଷ୍ୟ ମୂଖ୍ୟ ପର୍ବତ ବୋଲି ଗ୍ରାମର ୮୭ବର୍ଷୀୟ ବୃଦ୍ଧ ମାର୍କଣ୍ଡ ଦେହୁରୀ ପ୍ରକାଶ କରିଛନ୍ତି।ଏହି ଗୁମ୍ଫାର କିମ୍ବଦନ୍ତୀ ପର୍ଯ୍ୟଟକଙ୍କୁ ଚକିତ କରିଛି।ଗୁମ୍ଫାର ପ୍ରାରମ୍ଭରେ ଆଜକୁ ପ୍ରାୟ ୨୦୦ ବର୍ଷରୁ ଉର୍ଦ୍ଧ ହେବ ପୂଜାର୍ଚ୍ଚନା ଅଦ୍ୟାବଧି ବଲବତ୍ତ ରହିଛି।ଗ୍ରାମବାସୀଙ୍କ କହିବାନୁଯାୟୀ ଏହି ଗୁମ୍ଫାର ଏକ ଲମ୍ବା କାହାଣୀ ରହିଛି।୪୦ବର୍ଷ ପୂର୍ବେ ଏହି ଗୁମ୍ଫାରେ ମହିମା ଗାଦି ର ବାବା ମାନେ ଆସି ରହିଥିଲେ।ଗୁମ୍ଫାରେ ମୁନିଋଷି ମାନେ ମଧ୍ୟ ରହୁଥିବା ପ୍ରକାଶ କରିଥିଲେ।ବାସ୍ତବ କ୍ଷେତ୍ରରେ ଆମ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଗ୍ରାମର ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ଗୁମ୍ଫା ଭିତରକୁ ପ୍ରବେଶ କରି ଅନତି ଦୂରକୁ ଯାଇ ସମସ୍ତ ଦୃଶ୍ୟକୁ ଆଖି ଆଗରେ ରଖି ତାହା ଚକିତ ହୋଇ ପଡ଼ି ଥିଲେ ।ଗୁମ୍ଫାର ଭିତରକୁ ଗଲେ ସ୍ୱତନ୍ତ୍ର ଘର ତିଆରି ର ରୂପ ସାଂଗକୁ ବଡ଼ ବଡ଼ ଶୃଙ୍ଗ ଦେଖିବାକୁ ମିଳିଥିଲା।ଗୋଟାଏ ଶୃଙ୍ଗ ପାହାଡ଼ ଭିତରେ ରାଇସୁଆଁ ପଞ୍ଚାୟତ ମାର୍ଦ୍ଦା ଗ୍ରାମର ଭାଲୁଦରି କୁ ଯାଇଥିବା କୁହାଯାଉଥିବା ବେଳେ ଅନ୍ୟ ଶୃଙ୍ଗ ଟି ପାଲଲହଡ଼ା ଶିଖେଶ୍ୱରୀ ପର୍ବତକୁ ଲମ୍ବିଥିବା ପ୍ରକାଶ କରିଥିଲେ।ଉକ୍ତ ଗୁମ୍ଫାର ମହନୀୟତା ପ୍ରଭୁଙ୍କର ରହିଥିବା ନେଇ ଗଭୀର ଭାବରେ ଆତ୍ମ ବିଶ୍ୱାସ ଭରି ଦେଇଛି।ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାମାୟଣ ର ଇତିହାସ କୁ ଉକ୍ତ ଗୁମ୍ଫାର ସାମଞ୍ଜସ୍ୟ ରହିଥିବା କୁହାଯାଉଛି।ବାଳୀ ସୁଗ୍ରୀବଙ୍କ ଲଢେ଼ଇ କୁ ନେଇ ଉକ୍ତ ରୂଷ୍ୟ ମୁଖ୍ୟ ପର୍ବତ ରେ ବାଳୀ ଙ୍କ କବଳରୁ ରକ୍ଷା ନିମନ୍ତେ ସୁଗ୍ରୀବ ଏହି ଗୁମ୍ଫାରେ ଲୁଚି ରହିଥିବା ସାଧୁସନ୍ଥ ମାନେ କହିଥିବା ପ୍ରକାଶ କରିଛନ୍ତି। ଏହି ଗୁମ୍ଫାରେ ସ୍ୱତନ୍ତ୍ର ସୁଡ଼ଙ୍ଗ ଥବା ଯୋଗୁଁ ଗୁମ୍ଫାର ଅନତି ଦୂରରେ ଏକ ଗେଟ ରହିଛି।ଏହି ଗେଟ ମୁହଁରେ ବଡ଼ ପଥର ବନ୍ଦ କରି ତାଙ୍କ ଜୀବନ ବଞ୍ଚାଇଥିବାପ୍ରସଙ୍ଗରେ କୁହାଯାଉଛି।ସେହିପରି ଗୁମ୍ଫାର ଅନ୍ୟ ଏକ ଅଲୋକିକ ଶକ୍ତି ପ୍ରବଳ ବର୍ଷା ହେଲେ ମଧ୍ୟ ତଳ ଭାଗରେ ପାଣି ପଡୁ ନଥିବା ବେଳେ ରାତ୍ରି ହେଲେ ଗୁରୁବାର ଓ ରବିବାର ଅଲୋକମୟ ହୋଇଥାଏ।ଏହା ସହିତ ନାମ ସଂକୀର୍ତ୍ତନ ର ଶବ୍ଦ ହୋଇଥାଏ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି।ସ୍ୱତନ୍ତ୍ର ଗୁମ୍ଫାର ମହିମା ଥିବା ନେଇ ବିଭିନ୍ନ ଗ୍ରାମରୁ ଲୋକେ ଆସି ମାନସିକ ରଖି ଥାନ୍ତି ବୋଲି ଆଲୋଚନା ହୋଏ।ଫଳରେ ଏହି ଗୁମ୍ଫାର ମହାତ୍ମ୍ୟତା ଯୋଗୁଁ ଗ୍ରାମବାସୀ ମାନେ ପୂର୍ବ ପୁରୁଷ ମାନଙ୍କର ପ୍ରଥାନୁଯାୟୀ ବାର୍ଷିକ ରାମ ନବମୀ ଉତ୍ସବ ୩ଦିନ ଧରି ପାଳନ କରିଥାନ୍ତି ବୋଲି ଗ୍ରାମର ଗୋପବନ୍ଧୁ ଦେହୁରୀ,ଗୋଳଖ ନାୟକ, ଯୋଗଳ ନାୟକ ଆଦି ମତ ପ୍ରକାଶ କରିଥିଲେ।ସେହିପରି ଉକ୍ତ ଗୁମ୍ଫାରେ ପ୍ରବେଶ କରିବା ପୂର୍ବରୁ ଭୋଗ ଲାଗି ପୂଜା କରାଯାଏ ନହେଲେ ବିପଦର ଆଶଙ୍କା ରହିଥାଏ ବୋଲି ମାର୍କଣ୍ଡ ଦେହୁରୀ ପ୍ରକାଶ କରିଛନ୍ତି।ତେବେ ଏଠାରେ ସୂଚନାଯୋଗ୍ୟ ଯେ ଏହି କିମ୍ବଦନ୍ତୀ କୁ ପର୍ଯ୍ୟଟନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ଗୁମ୍ଫାର ସୌନ୍ଦର୍ଯ୍ୟ କରାଗଲେ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ସୁଅ ଛୁଟିବ ଏଥିରେ ସନ୍ଦେହ ନାହିଁ।
Leave A Reply