Odisha news

କରମଙ୍ଗା ଔଷଧୀୟ ଗୁଣରେ ଭରପୁର : ଆସନ୍ତୁ ଜାଣିବା କରମଙ୍ଗା ଆମଶରୀର ପାଇଁ କେତେ ହିତକର

0

ଭୁବନେଶ୍ୱର : କରମଙ୍ଗାରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର ପ୍ରମାଣିତ ହୋଇଥାଏ। କରମଙ୍ଗାରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। କରମଙ୍ଗାରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ମାତ୍ରରେ ରହିଛି। ଏଥିରେ ଭିଟାମିନ-ସି, ସୋଡିୟମ, ଖଣିଜ, ଭିଟାମିନ-ବି ଆଦି ଅନେକ ମହତ୍ତ୍ୱପୂର୍ଣ୍ଣ ଆଣ୍ଟିଅକ୍ସିଡେଣ୍ଟରେ ଭରପୁର। ସେଥିପାଇଁ ସ୍ୱାସ୍ଥ୍ୟ ପକ୍ଷେ ବହୁତ ଲାଭଦାୟକ।

ଏକ ରିପୋର୍ଟ ଅନୁଯାୟୀ, କରମଙ୍ଗା ଭିଟାମିନ-ସି ର ସ୍ରୋତ। ଭିଟାମିନ-ସି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ତ୍ୱଚାର ସୁଜନ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଫ୍ଲୁ ଓ ସାମାନ୍ୟ ଥଣ୍ଡା-କାଶ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ।

କରମଙ୍ଗାରେ ଭରପୁର ମାତ୍ରାରେ ପୋଟାସିୟମ ଓ ମହତ୍ତ୍ୱପୂର୍ଣ୍ଣ ଖଣିଜ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏଥିରେ କ୍ୟାଲସିୟମ ବି ଅଛି ଯାହା ହୃଦୟ ପାଇଁ ଲାଭଦାୟକ। ଏହା ହୃଦୟ ରୋଗର ଆଶଙ୍କା କମ କରିଥାଏ।

କରମଙ୍ଗା ଶରୀରରେ ରକ୍ତ ଶର୍କରା ଓ ଇନସୁଲିନ ସ୍ଥରକୁ ନିୟନ୍ତ୍ରଣ କରିଥାଏ। ଫାଇବର ଯୁକ୍ତ ଭୋଜନ ସେବନ କରିବ ଦ୍ୱାରା ମଧୁମେହକୁ ରୋକ ଯାଇପାରିବ। ଏହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। କରମଙ୍ଗାରେ ଭରପୁର ମାତ୍ରାରେ ଫାଇବର ଥିବାରୁ ଏହା ପାଚନ ପ୍ରକ୍ରିୟାରେ ସୁଧାର ଆଣିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର କରିଥାଏ। କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତି ନିଶ୍ଚୟ କରମଙ୍ଗା ସେବନ କରିବ ଉଚିତ। କରମଙ୍ଗା କେଶ ପାଇଁ ମଧ୍ୟ ଅତ୍ୟନ୍ତ ଉପାଦେୟ। କରମଙ୍ଗା ସେବନ ଦ୍ୱାରା କେଶ ଚମକଦାର ଓ ଘଞ୍ଚ ହୋଇଥାଏ।

Nalco
Leave A Reply