Odisha news

କେଉଁ ସବୁ ଉପାୟକୁ ଅବଲମ୍ବନ କରି ସୁସ୍ଥ ଓ ସୁନ୍ଦର ରହୁଥିଲେ ଆମର ପୂର୍ବଜ : ବଞ୍ଚୁଥିଲେ ୧୦୦ ରୁ ଉର୍ଦ୍ଧ ବର୍ଷ

0

ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଜେଜେ ଜେଜେମା ଓ ଅଜା ଆଇ ୮୦ ବର୍ଷ ଅତିକ୍ରମ କରି ସାରିଲେଣି ,ସେମାନଙ୍କ ମଧ୍ୟରୁ ଆହୁରି ଅନେକ ଲୋକ ଅଛନ୍ତି ଯେଉଁମାନେ ୧୦୦ ବର୍ଷ ଅତିକ୍ରମ କରି ସାରିଲେଣି l ଖାସ କଥାଟି ଏହା ଯେ ସେମାନେ ଅଟେ ଅଧିକ ବୟସର ହେବ ସତ୍ୱେ ମଧ୍ୟ ସେମାନଙ୍କର କେଶ ଡେରିରେ ପାଚିଛି l ଯେବେ କି ଆଜିକାଲିର ପିଲା ମାନଙ୍କର କେଶ ୨୦ ବର୍ଷରୁ ପାଚି ଯାଉଛି l ଆଜିକାଲି ଆମେ ମାନେ ନିଜର ଫିଟ୍ନେସକୁ ନେଇ ଅଧିକ ସଜାଗ ରହୁଛୁ ,ଏବଂ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଅବଲମ୍ବନ କରୁଛୁ l କିନ୍ତୁ ସେମାନଙ୍କ ପାଖରେ ସେପରି କୌଣସି ମାଧ୍ୟମ ନଥିଲା l

ତେବେ କଣ ଏପରି ଥିଲା ସେତେବେଳର ଲୋକ ମାନଙ୍କର ମୁହଁ ଓ ତ୍ୱଚା ଆଜି ମଧ୍ୟ ଚକ୍ ଚକ୍ କରୁଛି l ସେତେବେଳେ ଲୋକମାନେ ନିଜ ଖାଇବା ପ୍ରତି ବେଶ ସଜାଗ ଥିଲେ ତା ସାହିତ କଠିନ ପରିଶ୍ରମ ମଧ୍ୟ କରୁଥିଲେ l କିନ୍ତୁ ଆଜିକାଲିର ଖାଦ୍ୟ ପ୍ରଣାଳୀ ଆଗକାଳର ଖାଦ୍ୟ ପ୍ରଣାଳୀ ଠାରୁ ସମ୍ପୂର୍ଣ୍ଣ ଅଲଗା l ତେବେ ଆସନ୍ତୁ ଜାଣିବା ଆଗକାଳରେ କଣ ସବୁ ଖାଦ୍ୟରେ ବ୍ୟବହାର କରୁଥିଲେ l

* ଦେଶୀ ଘିଅ -ଆମର ଜେଜେମା ଓ ଆଇ ମାନେ ନିଜ ଖାଦ୍ୟରେ ଘରର ଘିଅ ,ଦହି ,ଅଟା ଓ ବିଭିନ୍ନ ପ୍ରକାରର ଗୋଟା ମସାଲର ଖାଦ୍ୟରେ ବ୍ୟବହାର କରୁଥିଲେ l ସେଥିପାଇଁ ସେମାନଙ୍କୁ ପରିଶ୍ରମ କରିବାକୁ ମଧ୍ୟ ପଡୁଥିଲା ,କାରଣ ସେମାନେ ଏହି ସମସ୍ତ ଜିନିଷ ଘରେ ପ୍ରସ୍ତୁତ କରୁଥିଲେ l

* ମାଧ୍ୟାନ ଭୋଜନରେ ଡାଲିର ବ୍ୟବହାର -ଆଜିକାଲିତ ବିଭିନ୍ନ ପ୍ରକାରର କାଧ୍ୟ ପଦାର୍ଥ ମିଳିଲାଣି l କିନ୍ତୁ ଆଗରୁ ମଧ୍ୟାନ ଭୋଜନରେ ଡାଲିର ବ୍ୟବହାର ଭାତ ସହିତ ନିହାତି ହେଉଥିଲା l କାରଣ ପ୍ରତେକ ଦିନ ଡାଲିକୁ ଏଥିପାଇଁ ଖାଉଥିଲେ ଯାହା ସେମାନଙ୍କର କେଶ ,ତ୍ୱଚା ,ନଖକୁ ପ୍ରାକୃତିକ ଉପାୟରେ ପ୍ରୋଟିନ ମିଳୁଥିଲା l କିନ୍ତୁ ଆଜିକାଲି ତାହା ଦେଖିବାକୁ ମିଳୁନାହିଁ l

* ଗୋଟା ମସାଲର ବ୍ୟବହାର -ଆଗକାଳରେ ଅଧିକାଂଶ ମସଲା ଘରେ ପ୍ରସ୍ତୁତ କରାଯାଉଥିଲା l ଏହି ମସଲା ଗୁଡିକୁ ଖରାରେ ଶୁଖାଇ ଘରେ କୁଟା ହୋଇ ପ୍ରସ୍ତୁତ କରାଯାଉଥିଲା l ଏହି ମସଲା ପ୍ରାକୃତିକ ସୁଗନ୍ଧ ସହିତ ପୋଷାକ ତତ୍ତ୍ୱରେ ଭରପୁର ରହୁଥିଲା l ତା ଦ୍ୱାରା ସେମାନଙ୍କ ତ୍ୱଚାରେ ଚମକ ଆସୁଥିଲା l

* ଚୋପା ସାହିତ ପରିବାର ବ୍ୟବହାର -ଆମେମାନେ ଆଜିକାଲି ଫଳ ଓ ପରିବାର ଚୋପା ଛଡାଇ ବ୍ୟବହାର କରୁଛୁ l ଯେବେକି ଆମ ପୂର୍ବଜ ଚୋପା ସହିତ ବ୍ୟବହାର କରୁଥିଲେ l କାରଣ ଚୋପା ସହିତ ବ୍ୟବହାର କରିବା ଦ୍ୱାରା ସେଥିରୁ ଭରପୁର ମାତ୍ରାରେ ଫାଇବର ମିଳୁଥିଲା ଯାହା ତାଙ୍କର ଯୌବନକୁ ପରିପ୍ରକାଶ କରିବାରେ ସାହାଯ୍ୟ କରୁଥିଲା l

* ମିଠା ଖାଦ୍ୟରେ ନିହାତି ଜରୁରୀ -ଆଜିକାଲି ଫିଟ୍ନେସ ନାଁରେ ସମସ୍ତେ ମିଠା ଠାରୁ ଦୁରେଇ ରହୁଛନ୍ତି l କିନ୍ତୁ ଆମର ପୂର୍ବଜ ଖାଦ୍ୟ ଖାଇବା ପରେ ମିଠା ଭବରେ ଗୁଡର ବ୍ୟବହାର କରୁଥିଲେ l ଯାହା ଦ୍ୱାରା ତାଙ୍କର  ହେମୋଗ୍ଲୋବିନର ସ୍ତର ଠିକ ରହୁଥିଲା ଏବଂ ପେଟ ମଧ୍ୟ ସଫା ରହୁଥିଲା l ଏପରି କରି ସେମାନେ ନିଜର ସୌନ୍ଦର୍ଯ୍ୟକୁ ମଧ୍ୟ ପରିପ୍ରକାଶ କରୁଥିଲେ l

Leave A Reply