Odisha news

ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ କଟକ କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

0

କଟକ: କଟକ କାଳିଆବୁଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ ଡ଼ି ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେଲା। ଝିଅ ଡି ଭାନୁପ୍ରିୟା ରାଓ ମୁଖାଗ୍ନି ଦେଇଛନ୍ତି। କାଳିଆବୁଦା ଶ୍ମଶାନ ଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡ଼ିପିସି ପ୍ରତୀକ‌ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ,  କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍‌, କଟକ-ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳ, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜୁ ଜନତା ଛାତ୍ର ନେତା ତଥା ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହିଥିଲେ।

ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି କାଳିଆବୁଦା ଶ୍ମଶାନ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନିଜର ସମାଜସେବା ପାଇଁ ଦେଶ ତଥା ବିଦେଶରେ ବେଶ୍ ‌ପରିଚିତ ଥିଲେ ଡି ପ୍ରକାଶ ରାଓ। ପଦ୍ମଶ୍ରୀଙ୍କ ଦେହାନ୍ତ ସାରା ଦେଶବାସୀଙ୍କୁ ମର୍ମାହତ କରିଛି।

Leave A Reply