ତିହିଡି,୧୧/୦୧: ଧାମନଗର ନିର୍ବାଚନମଣ୍ଡଳୀ ତିହିଡି ବ୍ଲକ ଅଧିନ ଅଚକ ପଞ୍ଚାୟତରେ ରବିବାର ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟ ଦଳରୁ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ବୁଦ୍ଧଦେବ ଜେନା ଅଧ୍ୟକ୍ଷତା କରିଥିଲେ । ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ବିଧାୟକ ଶ୍ରୀ ସେଠୀଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ସାନ୍ତରାପୁର ଗାଁର କମଳାକାନ୍ତ ମଳିକ, ବିଶ୍ୱଜିତ ପାଣିଗ୍ରାହୀ, ସୁବାସ ପାଣିଗ୍ରାହୀ, ସୟଦ ମୁକ୍ତାର, ସୟଦ ହାକା, ସୟଦ ରାଜୁ, ସୟଦ ସୋଫି ଆଲମ, ସୟଦ କମାଲ, ସୟଦ ସାଗର, ସୟଦ ୱାଦା ପ୍ରମୁଖ ନନ୍ଦପୁର ଗାଁର ମହମ୍ମଦ ରହମନ, ମହମ୍ମଦ କାଲାମ, ମହମ୍ମଦ ବାଜୁ, ସୟଦ ଖୁରବାନ, ମହମ୍ମଦ ଚନ୍ଦା, ରତ୍ନାକର ଧଳ, ରବିନ୍ଦ୍ର ରାଉତ ପ୍ରମୁଖ ବରୁଣେଇ ଗାଁର ଭ୍ରମର ନାୟକ, ରବିନ୍ଦ୍ର ରାଉତ ବିଜେପିରେ ସାମିଲ ହୋଇଥିଲେ ।
ଏହି ମିଶ୍ରଣ ପର୍ବରେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ରଘୁନାଥ ପାତ୍ର, ଜିଲ୍ଲା ଉପସଭାପତି ଦୁର୍ଗାଚରଣ ନାୟକ, କାନ୍ତକବିମଣ୍ଡଳ ସଭାପତି ତପନ ପାଢୀ, ପଞ୍ଚାୟତ ସଭାପତି ସୁରେଶଲ୍ଳିକ, ସୌମ୍ୟରଞ୍ଜନ ଭୋଇ, ସରୋଜ ନାୟକ, ଭରତ ସାହୁ, ଶଙ୍କର୍ଷଣ ମଲିକ, ଲକ୍ଷ୍ମୀକାନ୍ତ ବୈୟାରୀ, ଶାନ୍ତନୁ ଭୋଇ, ଅଜିତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ସେଠୀ ନବାଗତ କର୍ମୀଙ୍କୁ ଦଳୀୟ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ ।
