Odisha news

୧୬ରୁ କରୋନା ବିରୋଧରେ ଲଢେଇ ଆରମ୍ଭ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ମହାମାରୀ କରୋନା କବଳରେ ଛଟପଟ ହେଉଥିବା ଲୋକଙ୍କୁ ମିଳିବ ସଞ୍ଜିବନୀ । ଏଥିପାଇଁ ଦେଶବାସୀ ଉସôୁକତା ସହ ଅପେକ୍ଷା କରିଥିବା ବେଳେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । ଆସନ୍ତା ୧୬ ତାରିଖରୁ ସରା ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । । ଶନିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟୀକାକରଣ ବ୍ୟବସ୍ଥାର ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ମାସ ଦ୍ୱିତୀୟ ସପ୍ତାହରେ ମକର ସଂକ୍ରାନ୍ତି, ପୋଙ୍ଗଲ, ଲୋହରି ଏବଂ ବିହୁ ଭଳି ପାରମ୍ପରିକ ଉସôବ ରହିଥିବାରୁ ଏହାର ଠିକ୍ ପରେ ପରେ ଟୀକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ କେବଳ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ । ଏହି କ୍ରମରେ ମୋଟ ୩କୋଟି ଲୋକ ଟୀକା ନେବେ ।

ଏହା ପରେ ୫୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଅନ୍ୟ ରୋଗଥିବା ୫୦ବର୍ଷରୁ କମ୍ ବୟସର ପ୍ରାୟ ୨୭କୋଟି ଲୋକଙ୍କୁ ଟୀକା ଦିଆଯିବ ବୋଲି ସୂଚନା ଦିଆଯାଇଛି । ଟୀକାକରଣ ଆରମ୍ଭ ହେବା ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଟୀକା ପରିଚାଳନା ବ୍ୟବସ୍ଥା ନିଶ୍ଚିତ କରାଯିବା ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ବ୍ୟବସ୍ଥା ହୋଇଥିବାରୁ ଆମ ଦେଶ ଉପରେ ବିଶ୍ୱବାସୀଙ୍କ ଦୃଷ୍ଟି ନିବଦ୍ଧ ରହିଛି । ତେଣୁ ଏହି ବ୍ୟବସ୍ଥା ଯେଭଳି ଶୃଙ୍ଖଳିତ ଉପାୟରେ ସଫଳ କାରାଯାଇ ପାରିବ ସେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଗୁରୁତ୍ୱ ଦେବାକୁ କହିଥିଲେ ।

ଏହି ପରିପ୍ରେକ୍ଷୀରେ ଟୀକାକରଣ ସମ୍ପର୍କିତ ରଣନୀତିକୁ ସ୍ପଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୧ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି ।

କରୋନା ଟୀକାକରଣ ପାଇଁ ସରିଛି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏରନ୍ ।ସାରା ଦେଶରେ ୭୩୬ଟି ଜିଲ୍ଲାରେ ଶୁକ୍ରାବାର ଡ୍ରାଏରନ୍ କରାଯାଇଛି । ବାସ୍ତବ ଟୀକାକରଣ ସମୟରେ ଯଦି କାହା ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଦିଏ ତାକୁ କିଭଳି ସାମ୍ନା କରାଯିବ ଏବଂ ରାଜ୍ୟ ସ୍ତରରୁ ବ୍ଲକ ସ୍ତରୀୟ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଭିତରେ କିପରି ସମନ୍ୱୟ ରହିବ ତାହାର ପୂର୍ବଭ୍ୟାସ କରାଯାଇଛି । ୧୩ତାରିଖ ପୂର୍ବରୁ ଟୀକା ଉପଲବ୍ଧ ହୋଇପାରେ ବୋଲି ଚେନ୍ନାଇଠାରେ ଟୀକାକରଣ କାର୍ଯ୍ୟକ୍ରମର ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ସେହିପରି ଓଡିଶାରେ ୧୧୦ଟି ସ୍ୱାନରେ ମଧ୍ୟ ଟୀକାକରଣର ଡ୍ରାଏରନ୍ ହୋଇଛି । ପ୍ରତି ଜିଲ୍ଲାରେ ତିନୋଟି ସ୍ଥାନରେ- ସିଏଚ୍ସି, ପିଏଚ୍ସି ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ସହ ମେଡିକାଲ କଲେଜରେ ଡ୍ରାଏରନ୍ କରାଯାଇଛି । ସମ୍ ହସ୍ପିଟାଲ ସମେତ ରାଜ୍ୟର ୧୧ ଘରୋଇ ମେଡିକାଲରେ ଡ୍ରାଏରନ୍ ହୋଇଛି । ଟୀକାକରଣ ଲାଗି ରାଜ୍ୟ ସରକାର ସମ୍ପର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ।

ଜିଲ୍ଲାସ୍ତର ଠାରୁ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠାରେ ପ୍ରସ୍ତୁତି ଶେଷ ହୋଇଛି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡିକର୍ମୀ ଓ ସ୍ୱାସ୍ଥ୍ୟ ଅଧିକାରୀ ସଜାଗ ଅଛନ୍ତି । ରାଜ୍ୟରେ ଟୀକା ପହଞ୍ଚିବା କ୍ଷଣି ପର୍ଯ୍ୟାୟକ୍ରମେ ବଣ୍ଟନ କରାଯିବ । ଏଥିପାଇଁ ବିଏମ୍ସି ଅଞ୍ଚଳରେ ୧୮ ଘରୋଇ ଓ ୨୬ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିହ୍ନଟ କରାଯାଇଛି ।

ଟୀକାକରଣ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଏକରକମ୍ ଶେଷ ହୋଇଗଲାଣି । ପ୍ରତି ଟୀକାକରଣ କେନ୍ଦ୍ର ଲାଗି ୫ଜଣିଆ ଟିମ୍ ଗଠନ ହୋଇସାରିଛି । ସେମାନଙ୍କୁ ଉପଯୁକ୍ତ ତାଲିମ୍ ମଧ୍ୟ ଦିଆଯାଇଛି । ଦେଶର ୩୭ଟି ସ୍ଥାନରେ ଟୀକା ସରଂକ୍ଷଣର ବ୍ୟବସ୍ଥା ହୋଇଛି । ସେହିଠାରୁ ଟୀକା ଆବଣ୍ଟନ କରାଯିବ । ଆମ ରାଜ୍ୟ ପାଇଁ ମଧ୍ୟ ଆଶ୍ୱସ୍ତି ଆଣିଛି ଏହି ଖବର । କେନ୍ଦ୍ର ସରକାର ଟୀକା ଯୋଗାଇବା ମାତ୍ରେ ତତ୍କ୍ଷଣାତ୍ ଟୀକାକରଣ ଆରମ୍ଭ କରାଯିବ । ଏନେଇ ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି, ଟୀକା ପହଞ୍ଚିବା ପରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ପ୍ରଦାନ କରାଯିବା ବେଳେ ଏସ୍ଆଇଆଇ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡକୁ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ ବୋଲି ଅନୁମତି ମିଳିଛି । ନିଷ୍ପତ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ସେରମ ଇନ୍ଷ୍ଟିଚୁ୍ୟଟ୍ ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ ଟୀକା ବ୍ୟବହାର କରାଯିବ ।

ଏଠାରେ ସୂଚନାଯୋଗ୍ୟ ଯେ, ବିଶ୍ୱର ବଡବଡ କମ୍ପାନୀ ମଧ୍ୟରେ କରୋନା ଟୀକାକୁ ନେଇ ପ୍ରତିଯୋଗିତା ଚାଲୁଥିବା ବେଳେ ଦେଶୀୟ ଜ୍ଞାନ କୈାଶଳରେ ତିଆରି ଟୀକାକୁ ମଞ୍ଜୁରୀ ମିଳିବା ଏକ ଗୈାରବର ବିଷୟ ହୋଇଛି । ଦେଶର ବୈଜ୍ଞାନିକ ସମୁଦାୟ ଏବଂ କରୋନା ଆଗଧାଡି ଯୋଦ୍ଧାଙ୍କୁ ପ୍ରଶଂସାକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦୀ ଟୁଇଟି କରିଛନ୍ତି ଯେ, ଦୁଇଟି ଯାକ ଟୀକା ଯାହାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ବିଷୟ । ଏହି ଟୀକା ଦେଶକୁ କରୋନା ମୁକ୍ତ କରିବାରେ ସାହାଯ୍ୟ କରିବ । ସେହିପରି ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଟୀକାର ଜରୁରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିବା ଗୈାରବର ବିଷୟ ବୋଲି ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କ ପ୍ରତିବଦ୍ଧତା ପାଇଁ ସମଗ୍ର ଦେଶ କୃତଜ୍ଞ ରହିବ ବୋଲି ସେ କହିଛନ୍ତି ।

ଏଠାରେ ପ୍ରକାଶ କରାଯାଇପାରେ କି , ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ କୋଭିଶିଲ୍ଡକୁ ଭାରତରେ ଏସ୍ଆଇଆଇ ପ୍ରସ୍ତୁତ କରୁଛି । ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିବା ଏହା ହେଉଛି ଦେଶର ପ୍ରଥମ ଟୀକା । ଗତ ରବିବାର ଡିସିଜିଆଇ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ କୋଭିଶିଲ୍ଡ ଟୀକାର ୫କୋଟି ଡୋଜ୍ ସେରମ୍ ଇଷ୍ଟିଚୁ୍ୟଟ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଇତିମଧ୍ୟରେ ଦିଲ୍ଲୀ ସମେତ ସମସ୍ତ ରାଜ୍ୟରେ ଟୀକାକରଣ ପୂର୍ବରୁ ପୂର୍ବ ପ୍ରସ୍ତୁତି ବା ଡ୍ରାଏରନ୍ କରାଯାଇଛି । ସରକାରୀ ସ୍ତରରେ ମଧ୍ୟ କରୋନା ଟୀକାକୁ ଯେଭଳି ଲୋକଙ୍କ ପାଖରେ ସୁରୁଖୁରୁରେ ପହଞ୍ଚାଯାଇପାରିବ ସେଥିନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଗ୍ରହଣ କରାଯାଇଥିବା କୁହାଯାଉଛି ।

ଟୀକାକରଣ ବେଳେ କଣ ସବୁ ସତର୍କତା ଅବଲମ୍ବନ କରିବାକୁ ପଡିବ ଓ କେମିତି ସୁରକ୍ଷିତ ଭାବେ ଲୋକଙ୍କୁ ଟୀକା ପ୍ରଦାନ କରାଯିବ, ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିକ୍ଷା ଦିଆଯାଉଛି । ସେପଟେ ଟୀକାକରଣ କେମିତି ହେବ ରାଜ୍ୟ ସରକାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ବା ପିଏଚ୍ସି ଏବଂ ଅନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ଟୀକାକରଣ କେନ୍ଦ୍ର ଖୋଲାଯିବ । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରକୁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଜରିଆରେ ପଞ୍ଜୀକୃତ କରିବାକୁ ହେବ । ଏଥିପାଇଁ ହିତାଧିକାରୀଙ୍କୁ ୮ଟି ପରିଚୟ ପତ୍ର ମଧ୍ୟରୁ ଯେକୈାଣସି ଗୋଟିଏ ପରିଚୟପତ୍ର ଦେଖାଇବାକୁ ହେବ । ରାଜ୍ୟରେ ଆଗଧାଡିର କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ଏହି ଟୀକା ଦିଆଯିବ । ଏବେ ସୁଦ୍ଧା ୩ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ଚୂଡାନ୍ତ ହୋଇଛି ।

ଏବେ ଟୀକା ପାଇଁ ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଏହା ଏକ ଐତିହାସିକ ପଦକ୍ଷେପ । କରୋନା ମହାମାରୀ ଲଢେଇରେ ଭାରତର ଭୂମିକାକୁ ହୁ ଓ ବିଲ୍ ଗେଟ୍ସ ଉଚ୍ଚ ପ୍ରଶଂସା କରିଛନ୍ତି ।

Nalco
Leave A Reply