ଯାଜପୁର: ଯାଜପୁର ନଗର କଂଗ୍ରେସର ସାଗଂଠନିକ ବୈଠକ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ସଭା ପି.ସି.ସି.ର ପର୍ଯ୍ୟବେକ୍ଷକ ଶ୍ରୀ ଜ୍ଞାନେନ୍ଦ୍ର ବେହୁରିଆ ଯୋଗ ଦେଇ କଂଗ୍ରେସ ସଂଗଠନ ମଜବୁତ କରିବା ସମ୍ପର୍କ ବିଭିନ୍ନ ବିଷୟ ନେଇ ପରାମର୍ଶ ଦେବା ସଙ୍ଗେ ବହୁ ଶୀଘ୍ର ନଗର କଂଗ୍ରେସ ସଭାପତି ନୂତନ ଭାବରେ ପି.ସି.ସି. ଓ ଏ.ଆଇ.ସି.ସି.ର ଅନୁମୋଦନ କ୍ରମେ ନିଯୁକ୍ତି ପ୍ରଦାନ କରାଯିବ । କଂଗ୍ରେସ ଦଳ ଆଗାମୀ ଦିନରେ ଯାଜପୁର ମୁନିସିପାଲଟି କିପରି ଦଖଲ କରିପାରିବ । ସମସ୍ତ ନେତା ଓ କର୍ମୀ ସଂଗଠିତ ହୋଇ କାର୍ଯ୍ୟ କରିବା ଉଚିତ । ସଭାରେ ଯାଜପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସର ପ୍ରାର୍ଥୀ ସନ୍ତୋଷ ନନ୍ଦ, ଉଦ୍ବୋଧନରେ ନୂତନ ବର୍ଷରେ ସମସ୍ତ ନେତା ଓ କର୍ମୀଙ୍କୁ ଅଭିନନ୍ଦ ଜଣାଇଥିଲେ ।
ସଭାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ଆଡ଼୍ଭୋକେଟ୍ ତଥା ରାଜ୍ୟ କଂଗ୍ରେସ ଆଇନ ସେଲ୍ହ ସାଧାରଣ ସଂପାଦକ ରାଜିବ କୁମାର ମହାପାତ୍ର, ଦଳିତ ସେଲ୍ର ସଭାପତି ଦୂର୍ଯ୍ୟଧନ ବେହେରା, ରାଜ୍ୟ ଯୁବ କଂଗ୍ରେସ ସଂପାଦକ ସୁଦିପ୍ତ କର, ଜିଲ୍ଲା ଆଇନ ସେଲ୍ର ସଭାପତି ନିତାଇ ମହାନ୍ତି, ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲିପ ଦାସ, ଜିଲ୍ଳା କଂଗ୍ରେସ ଉପସଭାପତି ବିଭୁତି ମହାପାତ୍ର, ଆଡ଼୍ଭୋକେଟ୍ ସେକ୍ ସଲିମ୍, ରବିନାରାୟଣ ରଣା, ନିକୁଞ୍ଜ ସାମଲ, ରଘୁ ସାହୁ, ବିଦ୍ୟାଧର ବାରିକ, ବିଜୟ ମହାପାତ୍ର, ପୂର୍ବତନ ଚେୟାର ମ୍ୟାନ ଆଲୋକ ବେହେରା, ଆଦିତ୍ୟ ମହାନ୍ତି, ଅନିଲ ମହାନ୍ତି, ସଂଗ୍ରାମ ଜେନା, ଗୌରହରି ମହାନ୍ତି, ଉଦ୍ବୋଧନ ଦେବା ସଙ୍ଗେ ସଭାରେ କଂଗ୍ରେସ ନେତା ଆଦିକନ୍ଦ ନାୟକ, ଗୌରାଙ୍ଗ ବିଶ୍ୱାଳଙ୍କ ପରଲୋକ ହେବା ନେଇ ଏକ ନୀରବ ଶୋକ ପ୍ରାର୍ଥନା ହୋଇ ନଗର କଂଗ୍ରେସର ସଭା ସାଙ୍ଗ ହୋଇଥିଲା