Odisha news

ଭୀମସେନ ହେଲେ ବିଜେପି ଗଞ୍ଜାମ ଜିଲ୍ଲା ସମ୍ପାଦକ

0
ରମ୍ଭା :   ଗଞ୍ଜାମ ଜିଲ୍ଲା  ସାଙ୍ଗଠନିକ ସଭା  ଜିଲାସଭାପତି  ବିଭୁତି ଭୂଷଣ ଜେନାଙ୍କ ଆନୁକୂଲ୍ୟରେ ସର୍କିଟ ହାଉସ ବ୍ରହ୍ମହପୁର ଠାରେ ଅନୁଷ୍ଠିତ ହୋଇଥିଲା. ଏଥିରେ ରାଷ୍ଟୀୟ ସମ୍ପାଦିକା ତଥା ଓଡିଶା ପ୍ରଭାରୀ  ଶ୍ରୀମତୀ  ଡି. ପୁରନ୍ଦରଶ୍ବରୀ, ରାଜ୍ୟ ଉପସଭାପତି  ଭୃଗୁ ବକ୍ସିପାତ୍ର,ରାଜ୍ୟସଂଗଠନ ମନ୍ତ୍ରୀ   ମାନସ ମହାନ୍ତି , ରାଜ୍ୟ ନେତା  ଅଶୋକ  ମିଶ୍ର, ନେତ୍ରୀ ରାଜ୍ୟ ସମ୍ପାଦିକା ଲେଖାଶ୍ରୀ  ସାମନ୍ତ ଉପସ୍ଥିତ ଥିଲେ. ଜିଲ୍ଲା ସଭାପତି  ବିହୁତି ଭୂଷଣ ଜେନାଙ୍କ ନୂତନ ଜିଲ୍ଲା କାର୍ଯ୍ୟକର୍ତ୍ତା ମନୋନୀତ କରିଥିଲେ. ସେଥି ମଧ୍ୟରୁ ଭୀମସେନ ବେହେରାଙ୍କୁ  ଗଞ୍ଜାମ ଜିଲ୍ଲା ସମ୍ପାଦକ ଭାବେ  ନିର୍ବାଚିତ କରି ଥିବାରୁ  ଭୀମସେନ ବେହେରା ସମସ୍ତଙ୍କୁ କୃତଜ୍ଞତା ସହ ଅଭିନନ୍ଦନ ଜଣାଇ ଥିଲେ ଏବଂ ଏହା  ସହିତ ସମସ୍ଥ, ମଣ୍ଡଳ କାର୍ଯ୍ୟକର୍ତ୍ତା, ଜିଲ୍ଲା କାର୍ଯ୍ୟକର୍ତ୍ତା ତଥାରାଜ୍ୟ ସଭାପତି  ସମୀର ମହାନ୍ତିଙ୍କୁ  ମଧ୍ୟ କୃତଜ୍ଞତା ଜଣାଇଥିଲେ. ଆଗାମୀ ଦିନରେ  ଲୋକଙ୍କ ସେବା ପାଇଁ ଜୋରଦାର  ଲଢେଇ ଜାରୀ ରହିବ ବୋଲି କହିଥିଲେ.
Leave A Reply