ହିମାଂଶୁ ଲାଲ୍, କବିତା ଜଲାନ୍ ଆଇଜି ହେଲେ
ଡିଆଇଜି ପଦୋନ୍ନତି ପାଇଲେ ସାର୍ଥକ ଷଡ଼ଙ୍ଗୀ, ନୀତି ଶେଖର
ଭୁବନେଶ୍ବର : ୯ ଜଣ ଆଇପିଏସ୍ଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ଜଣ ଆଇପିଏସ୍ଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ବାକି ୪ ଜଣଙ୍କୁ ଡିଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି। ୨୦୦୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ କବିତା ଜଲାନ୍, ସଫିନ୍ କେ. ଅହମ୍ମଦ, ହିମାଂଶୁ ଲାଲ୍, ସଞ୍ଜୟ କୁମାର କୌଶଲ ଓ ନିଖିଲ କାନୋଡ଼ିଆ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ସେହିପରି ଆଇପିଏସ୍ ଅବିନାଶ କୁମାର, ଆର୍. ଉତ୍ତମ ରାଓ, ସାର୍ଥକ ଷଡ଼ଙ୍ଗୀ ଓ ନୀତି ଶେଖରଙ୍କୁ ଡିଆଇଜି ପାହ୍ୟାକୁ ସରକାର ପଦୋନ୍ନତି କରିଛନ୍ତି।