Odisha news

ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାର ଅତିରିକ୍ତ ପୁଲିସ ମହାନିର୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଲେ

0

ଭୁବନେଶ୍ବର : ୧୯୯୬ ବ୍ୟାଚ୍ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କୁ ରାଜ୍ୟ ସରକାର ଅତିରିକ୍ତ ପୁଲିସ ମହାନିର୍ଦେଶକ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି।୨୦୨୧ ଜାନୁଆରି ପହିଲାରୁ ଏହି ନିର୍ଦେଶନାମା କାର୍ଯ୍ୟକାରୀ ହେବ। ଶ୍ରୀ ବୋଥ୍ରାଙ୍କ ବ୍ୟତୀତ ସେହି ବ୍ୟାଚ୍‌ର ସଂଜୟ କୁମାର ସିଂହଙ୍କୁ ବି ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୬ ବ୍ୟାଚ୍ ଆଇପିଏସ୍ ସୁନୀତା କାକ୍ରନ୍‌ଙ୍କୁ ପ୍ରୋଫର୍ମା ପ୍ରମୋସନ୍ ଦିଆଯାଇଛି। ଏ ସଂକ୍ରାନ୍ତରେ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ବୋଥ୍ରା ଏବେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ମୁଖ୍ୟ ଭାବେ ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଛନ୍ତି। ନୟାଗଡ଼ ପୁଲିସ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ବେଳେ ଏସ୍‌ଆଇଟି ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହିତ ଏହି ମାମଲାକୁ ନେଇ ସମଗ୍ର ରାଜ୍ୟରେ ଶ୍ରୀ ବୋଥ୍ରା ଏବେ ଚର୍ଚ୍ଚାରେ ଅଛନ୍ତି।

Leave A Reply