ନୂଆଦିଲ୍ଲୀ : ସୁନା ତସ୍କରୀ ଆରୋପରେ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି l ସୁନା ଟାସ୍କରୀ ହେବ ଆଜିକାଲି ସେପରି ଗୋଟିଏ ବଡ଼ ଘଟଣା ନୁହେଁ ,କିନ୍ତୁ ମହିଳା ଜଣଙ୍କ ଯେଉଁ ଉପାୟ ଅବଲମ୍ବନ କରିଛନ୍ତି ତାହା ହେଉଛି ଆଶ୍ଚର୍ଯ୍ୟର କଥା l ମହିଳା ଜଣଙ୍କ ଚକେଲେଟ୍ ର ଗୁଡା ହେଉଥିବା କାର୍ବନ ପେପର ଦ୍ୱାରା ସୁନାକୁ ଗୁଡ଼ାଇ ତସ୍କରୀ କରୁଥିଲେ l କଷ୍ଟମ ବିଭାଗ ତାଙ୍କ ଠାରୁ ୪୮୧ ଗ୍ରାମର ସୁନା ଜବତ କରିଛନ୍ତି l ମହିଳା ଜଣଙ୍କ ସୁନା ଖଣ୍ଡ ଗୁଡିକୁ ଚକେଲେଟ୍ ବାଷ୍କ ଭିତରେ ଚକେଲେଟ୍ ଗୁଡ଼ାଇଲା ଭଳି ଗୁଡ଼ାଇ କରୁଥିଲେ l ସ୍କାନିଂ ମେସିନରୁ ରକ୍ଷା ପାଇବା ପାଇଁ ସୁନା ଗୁଡିକୁ କାର୍ବନ ପେପର ଓ କାର୍ଡବୋର୍ଡ ସହିତ ମିଶାଇ ଲଗାଇଥିଲେ l
କଷ୍ଟମ ଅଧିକାରୀ ମାନେ ତସ୍କରୀ ଉପାୟ ବିଷୟରେ କହିଛନ୍ତି ଯେ ପ୍ରଥମେ ମହିଳା ଜଣଙ୍କ ଗୋଟିଏ ଜରି ସାହାଯ୍ୟରେ ଗୁଡ଼ାଇ ଥିଲେ ,ଏହା ପରେ ଗୋଟିଏ କାର୍ଡବୋର୍ଡ ବକ୍ସ ଭିତରେ ନୀଳ କାର୍ବନ ପେପରରେ ଚକେଲେଟ୍ ଭଳି ରଖା ଯାଇଥିଲା l କାରଣ ଯାଞ୍ଚ ବେଳେ ମହିଳା ଜଣଙ୍କ ଆଖିରେ ଧୂଳି ଦେଇ ଖସି ପାରିବେ l ଭାରତର ଲୋକ ମାନଙ୍କର ସୁନା ପ୍ରେମ ଅଲଗା ଦେଶ ଅପେକ୍ଷା ଅଲଗା ଅଟେ l ଇଂରେଜ ମାନେ ଭାରତକୁ ସୁନାର ଚଢେଇ ବୋଲି କହୁଥିଲେ l କିନ୍ତୁ ବର୍ତ୍ତମାନ ଏହି ଭାରତ ସୁନା ତସ୍କରୀର କେନ୍ଦ୍ର ହୋଇ ଯାଇଛି କାରଣ ଏଠାରେ ସୁନାର ପ୍ରାଧାନ୍ୟ ଅଧିକ ରହିଛି l ଭାରତ ପ୍ରତେକ ବର୍ଷ ବିଦେଶରୁ ୮୦୦ ରୁ ୯୦୦ ଟନ ସୁନା ଆଣିଥାଏ l କେରଳ ସୁନା ତସ୍କରୀ ପାଇଁ ଗୋଟିଏ ସୁରକ୍ଷିତ ଆଶ୍ରୟ ସ୍ଥଳ ବୋଲି କୁହ ଯାଇଛି l