Odisha news

ମହିଳାଙ୍କ ଅଧିକାର ପାଇଁ ଦାବି କରୁଥିବା ସ୍ୱଚ୍ଛାସେବୀଙ୍କୁ ସୌଦି ସରକାର ଦେଲେ ୬ ବର୍ଷ ଜେଲ୍ ଦଣ୍ଡ

0

ନୂଆଦିଲ୍ଲୀ : ସୌଦି ଆରବରେ ଜଣେ ମହିଳା ସ୍ୱଚ୍ଛାସେବୀଙ୍କୁ ୬ ବର୍ଷର ଦଣ୍ଡ ଶୁଣା ଯାଇଛି l ଲୁଯେନ ଅଲ ନାମକ ମହିଳା ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ସଂଗଠନ ଏମୋନେଷ୍ଟି ଅନ୍ତର୍ଜାତୀୟ ସହିତ କଥା ହୋଇଥିଲେ ଓ ସଂଯୁକ୍ତ ରାଷ୍ଟ୍ରକୁ ଚାକିରୀ ପାଇଁ ଆବେଦନ ପତ୍ର ପଠାଇଥିଲେ l ଏହି କାରଣରୁ ତାଙ୍କ ଉପରେ ଜାସୁସି ଓ ବିଦେଶୀ ଶକ୍ତି ମାନଙ୍କ ସହିତ ଷଡଯନ୍ତ୍ର ରଚନା କରିବାର ଆରୋପ ଲଗାଯାଇଥିଲା l ତାଙ୍କ ସମର୍ଥକ ମାନେ କହିଛନ୍ତି ଯେ ତାଙ୍କୁ ମାନବ ଅଧିକାର ସଂଗଠନ ସହିତ କଥାବାର୍ତା କରିବା ଯୋଗୁ ଦଣ୍ଡ ବିଧାନ କରାଯାଇଛି l ସୌଦି ଅରବର ଗୋଟିଏ ଆତଙ୍କବାଦୀ କୋର୍ଟ ୩୧ ବର୍ଷୀୟା ଲୁଯେନଙ୍କୁ ୫ ବର୍ଷ ୮ ମାସ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି l

ଏହା ପୂର୍ବରୁ ଲୁଯେନ ଅଲ ସୌଦି ଆରବରେ ମହିଳା ମାନେ କାର ଚଳାଇବା ପାଇଁ ହକ ପାଇବା ଆବଶ୍ୟକ ନେଇ ଆନ୍ଦୋଳନ କରିଥିଲେ l ଯେତେବେଳେ ସୌଦି ଆରବରେ ମହିଳା ମାନଙ୍କର କାର ଚଳାଇବା ଉପରେ ବ୍ୟାନ ଲାଗ ଯାଇଥିଲା ସେହି ସମୟରେ ସେ କାର ଚଳାଇ ଭିଡିଓ ଜାରି କରିଥିଲେ l ୩ ବର୍ଷ ପୂର୍ବରୁ ସୌଦି ଆରବ ସରକାର ଏହି ମହିଳା ଜଣଙ୍କୁ ନିଜ ଅକ୍ତିଆରକୁ ନେଇଥିଲେ l ମହିଳା ଜଣଙ୍କ କହିଛନ୍ତି ଯେ ୨୦୧୮ ରେ ଗିରଫ ହେବ ପରେ ୭ ମାସ ପର୍ଯ୍ୟନ୍ତ ତାଙ୍କୁ କାହା ସହିତ କଥା ହେବାପାଇଁ ଅନୁମତି ଦିଅ ଯାଇନଥିଲା l ମହିଳା ଜଣଙ୍କର ପୁରା ନାମ ହେଉଛି ଲୁଯେନ ଅଲ ହତଲୋଲ l

ଅଲ ହତଲୋଲ ଏହା ପୂର୍ବରୁ ଜେଲରେ ଲମ୍ବା ସମୟ ବିତାଇ ସାରିଛନ୍ତି ,ସେଥିପାଇଁ ତାଙ୍କୁ ବର୍ତ୍ତମାନ ମାତ୍ର ୩ମାସ ଜେଲ ଦଣ୍ଡ ଦିଆଯିବ l ତାଙ୍କର ଜେଲ ଦଣ୍ଡ ଏଥିପାଇଁ କୋହଳ କରାଯାଇଛି ସେ କହିଛନ୍ତି ଯେ ୩ ବର୍ଷ ମଧ୍ୟରେ ସେ ଏପରି କୌଣସି କାର୍ଯ୍ୟ କରିବେ ନାହିଁ ଯାହା ତାଙ୍କର ଜେଲ ଦଣ୍ଡକୁ ବୃଦ୍ଧି କରିବ l ତାଙ୍କର ସମସ୍ତ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇ ଦିଅ ଯାଇଛି l ସଂଯୁକ୍ତ ରାଷ୍ଟ୍ରର ବିଶେଷ ପ୍ରତିନିଧି ମେରୀ ଲାଲର  କହିଛନ୍ତି ଅଲ ହତଲୋଲଙ୍କୁ ଦିଅ ଯାଇଥିବା ସଜା ଚିନ୍ତା ଜନକ ଅଟେ l ମାନବ ଅଧିକାର ପାଇଁ ଉଠାଉଥିବା ସ୍ୱର ଆତଙ୍କ ବାଦ ହୋଇ ନପାରେ l

Leave A Reply