ରଣପୁର/୨୯/୧୨ : ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସର ରେ ଉକôଳ ସ୍ୱାଭିମାନ ମଂଚ ସୈାଜନ୍ୟ ରେ ଉକôଳମଣି ଗୋପବନ୍ଧୁ ଦାଶ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଜା ସାହେବ ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ ବୀରବର ବଜ୍ରଧର ନରେନ୍ଦ୍ର ମହାପାତ୍ର, ଉକôଳ ଗୈାରବ ମଧୂସୁଦନ ଦାସ ଓ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ (ପଠାଣି ସାମନ୍ତ) ଙ୍କ ପ୍ରତିମୃର୍ତି ମଙ୍ଗଳବାର ଦିବା ୧୨ଘଟିକା ସମୟ ରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ଉମ୍ନୋଚନ ହୋଇଯାଇଅଛି । ଏଥି ସହ ନୂତନ ବିଜ୍ଞାନ କକ୍ଷ ମଧ୍ୟ ଉଦ୍ଘାଟନ କରାଯାଇଛି ଅନ୍ୟ ମାନଙ୍କ ମଧ୍ୟରେ ।
ଏଥିରେ ରଣପୁର ର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର, ରଣପୁର ରାଜା ସାହେବ ଦିଲ୍ଲୀପ ଚନ୍ଦ୍ର ଶ୍ରୀ ଚନ୍ଦନ ନରେନ୍ଦ୍ର ମହାପାତ୍ର, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ମହାପାତ୍ର, ଉକôଳ ସ୍ୱାଭିମାନ ମଂଚ ର ସଭାପତି ରାଧାକାନ୍ତ ଦାସ , ସମ୍ପାଦକ ଡ. ପ୍ରଭାକର ତ୍ରୀପାଠି, ଜିଲ୍ଲା ଅଧକ୍ଷ ଚଣ୍ଡେଶ୍ୱର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଓ ଆଲୁମୁନି କମିଟିର ନବକିଶୋର ରାୟ, ରାଜ କିଶୋର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।ପ୍ରତିମୃର୍ତି ଉକôଳ ସ୍ୱାଭିମାନ ମଂଚ , ପୁରୀ ଦ୍ୱାରା ସୈାଜନ୍ୟତାରେ ନିର୍ମାଣ କରାଯାଇଥିଲା ।
ଏହି ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହାକୁ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳ୍ୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଉମ୍ନୋଚନ ଉସôବରେ ବହୁ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ ସମୟରେ ଏହି ମହାପୁରୁଷ ମାନଙ୍କର ପ୍ରତିମୃର୍ତି ଦେଖି ଅଧିକ ଜ୍ଞାନ ଆହରଣ ର ଖୋରାକ ଯୋଗାଇବ ବୋଲି ବିଧାୟକ ନିଜ ବକ୍ତବ୍ୟ ରେ ପ୍ରକାଶ କରିବା ସହ ନୂତନ କରି ତିଆରି ହୋଇଥିବା ବିଜ୍ଞାନଗାରା ଟି ଛାତ୍ର ଛାତ୍ରୀଙ୍କ ଅଧ୍ୟୟନ ରେ ବେଶ୍ ସାହାଯ୍ୟ କରିବ ବୋଲି କହିଥିଲେ । ଏବଂ ପରେ ଶେଷରେ ଶିକ୍ଷକ ବୀରୁପାକ୍ଷ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।