Odisha news

ସାବଧାନ : ରତିରେ ଶୋଇବା ଆଗରୁ ଏହି ୭ଟି ଜିନିଷକୁ ଧ୍ୟାନ ରଖନ୍ତୁ

0

ବେଳେବେଳେ ଏପରି ହୋଇଥାଏ ଯେ ଅଧିକ ଥକି ଯାଇଥିଲେ ମଧ୍ୟ କିମ୍ବା ନିଦରେ ଶୋଇବା ପରେ ମଧ୍ୟ ଆମେ ଶାନ୍ତିରେ ଶୋଇପାରି ନଥାଉ ,ରାତିରେ ବାରମ୍ବାର ନିଦ ଭାଙ୍ଗିଥାଏ l ଏହାର ଅର୍ଥ ହେଲା ଆପଣଙ୍କ ମସ୍ତିସ୍କ ଶାନ୍ତ ନଥାଏ l ଏହି ପରିସ୍ଥିତିରେ ଜରୁରୀ ଅଟେ ଯେ ଶାନ୍ତିରେ ଶୋଇବା ପାଇଁ କିଛି ଉପାୟ ଅବଲମ୍ବନ କରିବା l ଆସନ୍ତୁ ଜାଣିବା ଉପାୟ ଗୁଡିକ l

* ଅଧିକ ଉଚ୍ଚ ତକିଆ କିମ୍ବା ଗୋଟିଏରୁ ଅଧିକ ତକିଆ ଉପରେ ମୁଣ୍ଡରଖି ଶୋଇବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ଓ ଆପଣ ଘୁଙ୍ଗୁଡ଼ି ମଧ୍ୟ ମାରିବାକୁ ଲାଗିଥାନ୍ତି l ମାନେ ରଖନ୍ତୁ କେବଳ ଗୋଟିଏ ତକିଆ ହିଁ ବ୍ୟବହାର କରିବେ l

* ଯଦି ସମ୍ଭବ ହେଉଛି ବିଛଣାର ତଳ ପାର୍ଶ୍ୱକୁ ଯେଉଁଠି ଆପଣ ପାଦ ରଖୁଛନ୍ତି ସେଠାରେ ଗୋଟିଏ ତକିଆ ଦିଅନ୍ତୁ l ଏପରି କରିବା ଦ୍ୱାରା ଆପଣଙ୍କର ରକ୍ତ ପ୍ରବାହ ଠିକରେ ହୋଇ ପରିବ l

* ଯେତେବେଳେ ଆପଣଙ୍କ ପରିବାର ସଦସ୍ୟ ଶୋଇ ପଡୁଛନ୍ତି ଏବଂ ଆପଣଙ୍କୁ ନିଦ ଆସୁନାହିଁ ତାହାଲେ ଆପଣ କିଛି ବହି ପଢନ୍ତୁ l ବହି ପଢିବା ଦ୍ୱାରା ଆପଣଙ୍କୁ ନିଦ ମଧ୍ୟ ଲାଗିଯିବ l

* ଯଦି ନିଦ ଆସିବାରେ ଅସୁବିଧା ହେଉଛି ତେବେ କଦାପି ନିଦ ଔଷଧ ଖାନ୍ତୁ ନାହିଁ l ଏହି ଔଷଧ ଦ୍ୱାରା ପ୍ରାକୃତିକ ନିଦ ଆସି ନଥାଏ ,ଅପ୍ରାକୃତିକ ଉପାୟରେ ଶୋଇବା ଦ୍ୱାରା ଆପଣ ସତେଜତା ଅନୁଭବ କରିବେ ନାହିଁ l

* ଆପଣ ନିଜର ଶୋଇବାର ସମୟ ସ୍ଥିର କରିବା ବଶ୍ୟକ ଏବଂ ସେହି ସମୟରେ ଶୋଇବାକୁ ଚେଷ୍ଟା କରିବାକୁ ଉଚିତ l ଗଭୀର ନିଦରେ ଶୋଇବା ପାଇଁ ପ୍ରତିଦିନ କିଛି ବ୍ୟାୟାମ କରିବା ବଶ୍ୟକ l

* ଆପଣ ଯେଉଁ କୋଠରୀରେ ସୋଉଛନ୍ତି ,ଚେଷ୍ଟା କରନ୍ତୁ ତାହାକୁ କେବଳ ଶୋଇବା ପାଇଁ ବ୍ୟବହାର କରିବେ l ସେହି କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରିବେ ନାହିଁ ଯେପରିକି ଷ୍ଟଡି କିମ୍ବା ଟିଭି ଦେଖିବା ମନା l

* ଶୋଇବା କୋଠରୀର ତାପମାତ୍ରା ସବୁବେଳେ ବାହାର ତାପମାତ୍ରାର ଅନୁକୂଳ ରଖିବା ବଶ୍ୟକ ଏବଂ ଶୋଇବା ଘରର ଝରକାରେ ଗାଢା ରଙ୍ଗର ପରଦା ଟାଣିବା ଦ୍ୱାରା ନିଦ ଭଲ ହୋଇଥାଏ l

Leave A Reply