Odisha news

କରୋନା ସମୟରେ ଏହି ୩ଟି ଯୋଗାଡ଼ ଚର୍ଚାରେ ରହିଥିଲା : ଜାଣନ୍ତୁ ସେଗୁଡିକ କଣ ?

0

ନୂଆଦିଲ୍ଲୀ : ସାରା ବିଶ୍ୱରେ ଆଜିକାଲି କରୋନା ମହାମାରୀ ଯୋଗୁ ହାହାକାର ଚାଲିଛି ଯେମିତି ଲାଗୁଛି ଲୋକ ମାନଙ୍କର ଦୈନଦିନ ଜୀବନରେ ଏହି ଭୁତାଣୁର ଗ୍ରହଣ ଲାଗି ଯାଇଛି l କିନ୍ତୁ ଏହି ସବୁ ଭିତରେ ସବୁ ପରିସ୍ଥିତି ମଧ୍ୟରେ ନିଜକୁ ସମ୍ଭାଳିବା ହେଉଛି ମନୁଷ୍ୟ ଗତ ବୃତି ଓ ଭାରତୀୟ ମାନେ ଏହି ସବୁ ମାମଲାରେ ଖୁବ ଆଗରେ l ଏହି ଭଳି କିଛି ଅଦ୍ଭୁତ ଉପାୟ ଆମେ ଦେଖିବାକୁ ପାଇଥିଲୁ ୨୦୨୦ ରେ ଆସନ୍ତୁ ସେଗୁଡିକ ବିଷୟରେ ଜାଣିବା l

ହ୍ୟାଙ୍ଗର ଟ୍ରାଇପ୍ୟାଡ଼ -ଏହି ଉପାୟ ଦ୍ୱାରା ଅନଲାଇନ କ୍ଲାସରେ ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ବୋର୍ଡରେ ଲେଖୁଥିବା ପାଠ ସଫା ସଫା ଛାତ୍ର ଛାତ୍ରୀଙ୍କୁ ଦେଖା ଯିବା l ପୁନେର ଜଣେ ରସାୟନ ବିଜ୍ଞାନ ଶିକ୍ଷକ ନିଜର ବୁଦ୍ଧି ଖର୍ଚ କରି ହ୍ୟାଙ୍ଗର ଟ୍ରାଇପ୍ୟାଡ଼ ପ୍ରସ୍ତୁତ କରିଥିଲେ l ସାମାଜିକ ଗଣମାଧ୍ୟମରେ ଏହାକୁ ସେୟାର କରିଥିଲେ ,ଯେଉଁଥିରେ ଦେଖା ଯାଇଥିଲା ଗୋଟିଏ ବୋର୍ଡ ଉପରେ ଜଣେ ଶିକ୍ଷକ ପିଲା ମାନଙ୍କୁ ପଢ଼ାଉଛନ୍ତି ଓ ସାମ୍ନାରେ ଚୌକିର ଉପର ଭାଗରେ କପଡା ରସି ସାହାଯ୍ୟରେ ଗୋଟିଏ ହ୍ୟାଙ୍ଗରକୁ ଓଲଟା ବନ୍ଧା ଯାଇଛି ଏବଂ ତା ଉପରେ ଗୋଟିଏ ମୋବାଇଲ ଫିକ୍ସ କରାଯାଇଛି l ଯେପରିକି ଅନଲାଇନ କ୍ଲାସ ସମୟରେ ଉଭୟ ଶିକ୍ଷକ ଓ ବୋର୍ଡ ଛାତ୍ରଙ୍କୁ ଦେଖା ଯିବ l

ଅଟୋମେଟିକ ଗୁପ୍ ଚୁପ୍ ମେସିନ -କାରଣ ସମୟରେ ସବୁଠାରୁ ଅଧିକ ସାମାଜିକ ଦୂରତ୍ୱ ବିଷୟରେ କୁହାଯାଇଥିଲା l ଏହା ମଧ୍ୟ ହେବ ବଶ୍ୟକ କାରଣ ସଂକ୍ରମଣରୁ ଦୁରେଇ ରହିବ ପାଇଁ ଏହା ରାମବାଣ ଉପାୟ ଅଟେ l ସେହି ସମୟରେ ଗୁପ୍ ଚୁପ୍ ପ୍ରେମୀ ମାନଙ୍କ ପାଇଁ ରାଇପୁରର ଜଣେ ଦୋକାନୀ ଅଦ୍ଭୁତ ଉପାୟ ବାହାର କରିଥିଲେ l କୌଣସି ଜିନିଷକୁ ନଛୁଇଁ ଗୁପ୍ ଚୁପ୍ ର ସ୍ୱାଦ ପାଇ ପାରିବେ l ଏହି ଅଟୋମେଟିକ ଗୁପ୍ ଚୁପ୍ ମେସିନ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହୋଇଥିଲା ଏବଂ ଲୋକ ମାନେ ଏହାର ଖୁବ ପ୍ରଶଂସା କରିଥିଲେ l ଭିଡ଼ିଓଟିରେ ଦେଖା ଯାଇଥିଲା ଦୋକାନୀ ଜଣଙ୍କ କେବଳ ଆପଣଙ୍କୁ ଗୁପ୍ ଚୁପ୍ ର ମସଲା ପ୍ରସ୍ତୁତ କରି ଦେଉଥିଲେ l ମେସିନ ସାହାଯ୍ୟରେ ପୁଦିନା ପାଣି ,ରସୁଣ ପାଇଁ କିମ୍ବା ଖଟାମିଠା ପାଣି ଯାହା ଆପଣ ଚାହିଁବେ ଖାଇ ପାରିବେ l

କ୍ଷୀର ପାଇପି -ସାମାଜିକ ଦୂରତାକୁ ମାନିବା ପାଇଁ ଜଣେ କ୍ଷୀରଵାଲା ମଧ୍ୟ ଖୁବ ଚର୍ଚାରେ ରହିଥିଲେ l ସାମାଜିକ ଗଣମାଧ୍ୟମରେ ଜଣେ ୟୁଜର ଗୋଟିଏ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଦେଖା ଯାଇଥିଲା  ଜଣେ କ୍ଷୀରଵାଲା ଦେଶୀ ଉପାୟକୁ ବଲମ୍ବନ କରି ଅଦ୍ଭୁତ ଭାବରେ କ୍ଷୀର ପାଇପି ସାହାଯ୍ୟରେ ଦେଉଥିଲେ l ପୋଷ୍ଟରେ ଦେଖିବାକୁ ମିଳିଥିଲା ଯେ କ୍ଷୀରଵାଲା ଜଣଙ୍କ ନିଜ ମଟର ସାଇକେଲରେ ଉଭୟ ପାର୍ଶ୍ୱରେ କ୍ଷୀରଡବା ଟାଙ୍ଗିଥିଲେ ,ଯାହା ଗୋଟିଏ ପାଇପି ସହିତ ଯୋଡି ହୋଇଥିଲା l ସେଥିରେ ଲାଗିଥିବା କ୍ଲିପ ସାହାଯ୍ୟରେ ଲୋକ ମାନଙ୍କୁ ସୁବିଧାରେ କ୍ଷୀର ଯୋଗାଇ ପାରୁଥିଲେ l

Leave A Reply