Odisha news

ବିଜ୍ଞାନର ନୂଆ ପଦ୍ଧତି : ନିଜ ଦେଶର ପବନର ସୁଗନ୍ଧକୁ ବିଶ୍ୱରେ ଯେଉଁଠି ଥିଲେ ମଧ୍ୟ ଅନୁଭବ କରି ପାରିବେ

0

ନୂଆଦିଲ୍ଲୀ :କରୋନା ମହାମାରୀ କାରଣରୁ ବିମାନ ଯାତ୍ରା ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇ ଦିଆଯାଇଛି l କରୋନାର ନୂଆ ଷ୍ଟ୍ରେନ ଆହୁରି କଠିନ ପରିସ୍ଥିତିରେ ପକାଇ ଦେଇଛି l ୪୦ ଟି ଦେଶ ୟୁନାଇଟେଡ଼ କିଙ୍ଗଡମର ସମସ୍ତ ବିମାନ ଉପରେ ରୋକ ଲଗାଇଛନ୍ତି l ଏହି କାରଣରୁ ଅଧିକାଂଶ ବ୍ରିଟିଶ ନାଗରିକ ଅନ୍ୟ ଦେଶରେ ଫସି ରହିଛନ୍ତି l ଏହି ସମୟରେ ଗୋଟିଏ କମ୍ପାନୀ ଘର ଠାରୁ ଦୂରରେ ଥିବା ଏହି ବ୍ରିଟିଶ ନାଗରିକ ମାନଙ୍କ ପାଇଁ ଅଦ୍ଭୁତ କିନ୍ତୁ ରୋଚକ ଯୁକ୍ତ ପ୍ରଡକ୍ଟ ର ବ୍ୟବସ୍ଥା କରିଛି l

ୟୁନାଇଟେଡ଼ କିଙ୍ଗଡମର ଗୋଟିଏ କମ୍ପାନୀ ବର୍ତମାନ ୟୁକେ ର ଲୋକଙ୍କ ପାଇଁ ବୋତଲ ବନ୍ଦ ପବନର ବ୍ୟବସ୍ଥା କରିଛି , କାରଣ ଦୂରରେ ରହୁଥିବା ଲୋକମାନେ ନିଜ ଜନ୍ମମାଟିର ଜଳବାୟୁକୁ ଅନୁଭବ କରିପାରିବେ l ୫ଶହ ମିଲି ଏହି ବୋତଲର ମୂଲ୍ୟ ୨୫ ପାଉଣ୍ଡ ଅଟେ ଯାହା ଭାରତୀୟ ମୁଦ୍ରାରେ ୨୫ ଶହ ଟଙ୍କା ଅଟେ l ଏହି ବୋତଲ ସହିତ ଗୋଟିଏ କର୍କ ଷ୍ଟାପର ମଧ୍ୟ ରହିଛି , ଯେତେବେଳେ ଚାହିଁବେ ବୋତଲ ଖୋଲି ପବନ ନେବେ ଓ ତୁରନ୍ତ ବନ୍ଦ କରିଦେବେ l

ମାଇଁ ବଗେଜ ନାମକ କମ୍ପାନୀ ବର୍ତମାନ ଇଂଲଣ୍ଡ ,ବେଲସ ଓ ଆୟର୍ଲାଣ୍ଡର ପବନକୁ ବୋତଲରେ ବନ୍ଦ କରି ବିକ୍ରି କରିଛି l ଏହି କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଗୋଟିଏ ଗବେଷଣା ମାଧ୍ୟମରେ ଆମେ ଜାଣିବାକୁ ପାଇଲୁ ଯେ କୌଣସି ସୁଗନ୍ଧ ମନୁଷ୍ୟର ଭାବନା ସହିତ ଯୋଡି ହୋଇଥାଏ l କାରଣ ସୁଗନ୍ଧ ଓ ଭାବନାର ନିବିଡ ସମ୍ପର୍କ ରହିଛି l ସେଥିପାଇଁ ଆମେ ଭାବୁଛୁ ଯେ ନିଜ ଦେଶର ପବନର ସୁଗନ୍ଧକୁ ଆଘ୍ରାଣ କଲା ପରେ ଲୋକମାନଙ୍କୁ ନିଜ ଜନ୍ମମାଟି କଥା କଂ ମନେପଡିବ l ସେମାନେ ଦୁନିଆର ଯେ କୌଣସି ସ୍ଥାନରେ ରୁହନ୍ତୁ ନ କାହିଁକି ନୂଆ ଜୀବନରେ ତାଙ୍କୁ ବସତି ସ୍ଥାପନ କରିବା ପାଇଁ ସୁବିଧା ହେବ l କମ୍ପାନୀକୁ ସେହି ଲୋକ ମାନଙ୍କ ପକ୍ଷରୁ ଅଧିକ ଅର୍ଡର ମିଳୁଛି ଯେଉଁମାନେ ଘରଠାରୁ ଦୂରରେ ରହୁଛନ୍ତି l

Nalco
Leave A Reply