ଫୁଲବାଣୀ(Santosh Mishra) : ଫୁଲବାଣୀ ଆଇଟିଆଇ ଛକ ଅଂଚଳରୁ ଜଣେ ୧୩ ବର୍ଷର ନାବାଳିକାକୁ ଲିଫ୍ଟ ଦେବା ନାମରେ ନେଇ ଯାଇ ତାକୁ ବଳାକ୍ରାର କରିବା ନେଇ ନାବାଳିକାର ବାପାର ଅଭିଯୋାଗ ପରେ ଆଜି ଫୁଲବାଣୀ ଟାଉନ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୮/୧୧/୨୦୨୦ ତାରିଖରେ ନାବାଳିକା ଜଣକ ଫୁଲବାଣୀ ଆଇଟିଆଇ ଛକ ନିକଟରେ ଥିବା ତାର ଜଣେ ବାନ୍ଧବୀ ଘରକୁ ଚାଲିଚାଲି ଆସିଥିଲା । ବାଟରେ ଫୁଲବାଣୀ ଟାଉନ ଥାନା ଅଂଚଳର କୁମ୍ଭାରପଡାର ଅଗସ୍ତି ବେହେରା(୩୦) ଏବଂ ଫୁଲବାଣୀ ସଦରଥାନା ଅଂଚଳର କଳାବାଗ୍ ଜାମୁଝରୀ ଗ୍ରାମର ସୁରଥ ବେହେରା (୨୫) ତାକୁ ଦେଖି ଲିଫ୍ଟ ଦେବା ନାମରେ ନାବାଳିକାକୁ ସ୍ଥାନୀୟ ଭେଟଖୋଲ ଘାଟିରେ ଥିବା ଜଙ୍ଗଲକୁ ନେଇ ଯାଇ ସେଠାରେ ତା ସହିତ ବଳାକ୍ରାର କରିଥିଲେ । ଘଟଣା ଘଟିବା ପରେ ନାବାଳିକା ଜଣକ ତାର ଘରେ କହିବାପରେ ନାବାଳିକାର ପିତା ୨୪/୧୨/୨୦୨୦ ତାରିଖରେ ଫୁଲବାଣୀ ଟାଉନ ଥାନାରେ ଏହି ସଂକ୍ରନ୍ତରେ ଏକ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୧୬୬/୨୦୨୦ ରୁଜ୍ଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ନେଇ ପୋଲିସ ସୁତ୍ରରୁ ଜଣାପଡିଛି । ପିଡୀତା ନାବାଳିକାକୁ ଚାଇଲ୍ଡ ଲାଇନ୍ ହେପାଜତରେ ଘୁ.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ବାଳିକା ସେବାଶ୍ରମରେ ରଖାଯାଇଛି ।
