Odisha news

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଙ୍କୁ ଶ୍ରମିକ ଟଙ୍କା ପ୍ରଦାନ ନିମନ୍ତେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।

0
ବୋରିଗୁମ୍ମା ( କେ.ସାକିଲି ଦୋରା)–ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତ ଅଧିନ ବଡ଼ ଦୁବୁଲି ଗ୍ରାମରେ ହିତାଧିକାରୀ ମାନେ ଦୀର୍ଘ ଦେଡ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କଲେଣି। ଅଥଚ ଏପର୍ଯ୍ୟନ୍ତ ସେମାନଙ୍କ ଶ୍ରମିକ ଟଙ୍କା ପାଇ ନ ଥିବା ଅଭିଯୋଗ ହୋଇଛି।
ସମାଜସେବୀ ବି .ହରି ରାଓ ଙ୍କ ନେତୃତ୍ୱରେ ବଡ଼ ଦୁବୁଲି ଗ୍ରାମର ହିତାଧିକାରୀ ମାନେ ବ୍ଲକ କୁ ଆସି ବିଡିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ହିତାଧିକାରୀ ମାନେ ଦାବିପତ୍ର ରେ ଦର୍ଶାଇଛନ୍ତି କି ଦେଡ ବର୍ଷ ହେବ,ଆବାସ ଗୃହ ନିର୍ମାଣ ସରିଲା। ମନରେଗା ଯୋଜନାରେ ୯୫ ଡିନର ଶ୍ରମ ଦିବସ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଯିବା ନିୟମ ରହିଛି।
କେଉଁ ହିତାଧିକାରୀ ଶ୍ରମ ଟଙ୍କା ୪ହଜାର ପାଇଛନ୍ତି ତ କି ୮ ହଜାର ଏହି ବାବଦ କୁ ପାଇଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଶ୍ରମ ଟଙ୍କା ପାଇନାହାନ୍ତି। ଉକ୍ତ ପଞ୍ଚାୟତ ର କାର୍ଯ୍ୟରତ ଜି ଆର ଏସ ଙ୍କ ଅବହେଳା ଯୋଗୁଁ ଶ୍ରମ ଟଙ୍କା ପାଇ ନ ଥିବା କହିଛନ୍ତି ହିତାଧିକାରୀ।ଏଣୁ ତୁରନ୍ତ ଶ୍ରମ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଦେବା ପାଇଁ ବିଡିଓ ଙ୍କୁ ଅନୁରୋଧ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବଡ଼ ଦୁବୁଲି ଗ୍ରାମର ମଦନ ଗୌଡ଼,ମଧୁ ଭୁମିଆ, ପଦଳାମ ଗୌଡ଼, ଦାମୋଦର ଗଦବା ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply