ଭୁବନେଶ୍ବର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ ସମାବେଶ ଆୟୋଜିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କମ୍ପନ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟିର ଓଡିଶା ପ୍ରଭାରୀ ଡ. ଏ. ଚେଲାକୁମାର, ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ନେତା ଯୋଗ ଦେଇଥିଲେ ।