ଜଳେଶ୍ୱର-୧୧/୧୨-ଜଳେଶ୍ୱର ମୁ୍ୟନିସିପାଲଟିର ୧୬ନଂ ୱାର୍ଡ ଅଲାଲପୁରର ସମାଜସେବୀ ସାହିତ୍ୟିକ ତଥା ପୂର୍ବତନ ମୁଖ୍ୟକିରାଣୀ କୁଞ୍ଜବିହାରୀ ଦେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଧର୍ମପରାୟଣ, ସାହିତ୍ୟାନୁରାଗି ଓ ପରୋପକାରୀ ବ୍ୟକ୍ତି ଥିଲେ । ବାଲେଶ୍ୱର ସବ୍କଲେକ୍ଟରଙ୍କ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ଚାକିରୀକାଳ ମଧ୍ୟରେ ସେ ବସ୍ତା, ଜଳେଶ୍ୱର ତହସିଲରେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ହିସାବରେ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ମୃୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁବେଳକୁ ତାଙ୍କର ୭୯ ବର୍ଷ ହୋଇଥିଲା । ମୃତ୍ୟୁ ଶର୍ଯ୍ୟାନିକଟରେ ତାଙ୍କର ଦୁଇପୁତ୍ର ଶକ୍ତି ମାଧବ, ନୀଳମାଧବ, ବିଧବା ସ୍ତ୍ରୀ ହୀରାମଣୀ ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ନିଜ ଗାଁ ଅଲାଲପୁର ଗାଁ ଶ୍ମାଶନରେ ଶେଷକୃତ୍ୟ ସମ୍ପାଦନ ହୋଇଥିଲା ।