Odisha news

୬ମାସ ମଧ୍ୟରେ ବେଣାପୁର ଛକରେ ଫ୍ଲାଏଓଭର ପାଇଁ ପ୍ରତିଶ୍ରୁତି

0

ପାଣିକୋଇଲି: ୨୦ ନମ୍ବର ଜାତୀୟ ରାଜପଥର ଯାଜପୁରରୋଡର ମୁଖଶାଳା ଥତା ଦୁର୍ଘଟଣା ଜୋନ କୁହାଯାଉଥିବା ବେଣାପୁର ଛକରେ ଆଜି ଯାଜପୁର ସାଂସଦ ଓ ଜାତୀୟ ରାଜପଥ ଅଧିକାରୀ ପହଂଚି ୬ ମାସ ମଧ୍ୟରେ ଫ୍ଲାଏ ଓଭରବ୍ରିଜ ଆରମ୍ଭ ହେବାର ପ୍ରତିଶୃତି ଦେଇଛନ୍ତି । ପାଣିକୋଇଲି ଠାରୁ ରାଜାମୁଣ୍ଡା୨୦ନଂ ଜାତୀୟ ରାଜପଥର କରୋନା ଯୋଗୁ ମରାମତି କାର୍ଯ୍ୟ ହୋଇନଥିବା ଯୋଗୁଁ ଗତ କିଛିଦିନ ହେବ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଶୁକ୍ରବାର ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବେଣାପୁର ଟ୍ରାଫିକ୍ ଅନୁଧ୍ୟାନରେ ଆସି ଖୋଦ୍ ଏନଏଚଆଇ ରିଜୋନାଲ ଅଫିସର ଡ. ରାମ ପ୍ରକାଶ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକାଶଯେ ପାଣିକୋଇଲିି ୨୦ ନଂ ଜାତୀୟ ରାଜପଥର ବେଣାପୁର ଏକ ପ୍ରମୁଖ ଟ୍ରାଫିକ୍ । ରାଜପଥରୁ ବ୍ୟାସନଗର ସହରକୁ ଯିବା ପାଇଁ ବେଣାପୁର ଛକ ନିକଟରେ ଏକ ତ୍ରିକୋଣିଆ ଗୋଲେଇ କରାଯାଇଛି ।

ବ୍ୟାସନଗର ସହରରୁ ରାଜପଥକୁ ସଂଯୋଗ କରିବା ସ୍ଥାନଟି ନିର୍ମାଣ ସମୟରେ ସମ୍ପୂର୍ଣ୍ଣ ତ୍ରୁଟି କରାଯାଇଛି । ଟ୍ରାଫିକର ତ୍ରୁଟି ଫଳରେ  ବ୍ୟାସନଗର ସହରରୁ ଯାତାୟତ କରୁଥିବା ଆରୋହୀ ହୁଅନ୍ତୁ କିମ୍ବା ପଥଚାରୀ ସମସ୍ତେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ଟ୍ରାଫିକ୍ରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ଏଯାବତ୍ ଏହିଠାରେ ପାଖାପାଖି ୩୦ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ଓ ଏହାକୁ ନେଇ ବିଭିନ୍ନ ସମୟରେ ରାସ୍ତା ରୋକ୍ ବି କରାଯାଇଛି । ତଥାପି ଦୁର୍ଘଟଣା ନିୟନ୍ତ୍ରଣ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଏହା ସ୍ଥାନୀୟ ଅଧିବାସୀ ଯୁବ ନେତା ପ୍ରିତୀ ରଂଜନ ସାହୁଙ୍କ ନେତୃତ୍ୱରେ ଏହା କିପରି ରୋକାଯାଇ ପାରିବ ତାହାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ଏହାକୁ ନେଇ ଅଂଚଳବାସୀଙ୍କ ପକ୍ଷରୁ ସାଂସଦ ଶ୍ରୀମତୀ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଜନଗଣଙ୍କ ଅଭିଯୋଗ ପରେ ସାଂସଦ ଶ୍ରୀମତୀ ସେଠୀ ବେଣାପୁର ଟ୍ରାଫିକ୍ ସ୍ଥଳ ପରିଦର୍ଶନ କରି ଜାତୀୟ ରାଜପଥ ବିଭାଗ ଅଧିକାରୀଙ୍କୁ ଏହାର ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ । ସାଂସଦଙ୍କ ପରାମର୍ଶ ପରେ ଚଳିତ ବର୍ଷ ନଭେମ୍ବର ୨୪ ତାରିଖରେ ବିଭାଗୀୟ ପ୍ରକଳ୍ପ ନିଦେ୍ର୍ଦଶକ ଜି ଭୋଙ୍କଟେଶ୍ୱର ବେଣାପୁର ଟ୍ରାଫି ନିକଟକୁ ଆସି ଏହାର ଅନୁଧ୍ୟାନ କରିବା ପରେ ଏଠାରେ ଫ୍ଲାଏଓଭର କରାଯିବାର ଆବଶ୍ୟକତା ରହିଛିବୋଲସ୍ୱିଭାଗକୁ ଜଣାଇଥିଲେ । ଏଠାରେ ଲାଗିଥିବା ଷ୍ଟ୍ରିଟ୍ଲାଇଟ ଅଚଳ ହୋଇଥିବାରୁ ଏହାକୁ ତୁରନ୍ତ ମରାମତି କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଆଜିର ଏହି ଆଲୋଚନାରେ ଯୁବ ବିଜେଡି ନେତା ପ୍ରୀତି ରଞ୍ଜନ ସାହୁ, ଖମଣ ସରପଂଚ ସୁଶାନ୍ତ କୁମାର ସାହୁ, ଅସନଝର ସରପଂଚ ନିରଞ୍ଜନ ବାରିକ, ବିଜେଡି ବ୍ଳକ ସଂପାଦକ ସ୍ମୃତିରଞ୍ଜନ ପତ୍ରୀ, କୈଳାସ ଚନ୍ଦ୍ର ସାହୁ, ଅନାଦୀ ମଲିକ, ଦାମ ସୁନ୍ଦର ପାଢ଼ୀ, ଲକ୍ଷ୍ମୀଧର କରଣ, ବଳରାମ ସେଠୀ, ବଙ୍ଗନ ଖିଲାର, ବିଦ୍ୟାଧର ସାହୁ, ପ୍ରଶାନ୍ତ ପ୍ରହରାଜ, ସଦାନନ୍ଦ ବେହେରା, ସତ୍ୟବ୍ରତ ନାୟକ, କାମଦେବ ଦାଶ, ବଳରାମ ରାଉତ, ସୁବ୍ରତ ସେଠୀ, ପରମେଶ୍ୱର ମଲିକ, ନାରଣ ବୋଇତାଇ, ଅପନା ସାହୁଙ୍କ ସମେତ ଜହ୍ନା, ଧନେଶ୍ୱର, ସାଦକପୁର ଓ ଖମଣ ପଂଚାୟତର ଜନ ସାଧାରଣ ଉପସ୍ଥିତ ଥିଲେ ।

Leave A Reply