Odisha news

ଲାଲ ରକ୍ତ କୋଷିକା ର ସଂଖ୍ୟା ବୃଦ୍ଧି କରିବା ପାଇଁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ

0

ଲାଲ ରକ୍ତ କୋଷିକାର ଅଭାବରୁ ଆମ ଶରୀର ସର୍ବଦା ରକ୍ତ ହୀନତାର ଶିକାର ହୋଇଥାଏ l ତା ସହିତ ଥକା ଲାଗିବା ,ମୁଣ୍ଡ ବୁଲାଇବା ,ନିଶ୍ୱାସ ନେବାକୁ କଷ୍ଟ ହେବ ,ତ୍ୱଚା ସେଥା ପଡିଯିବା ଓ ମନ ବିଚଳିତ ଲାଗିଥାଏ l ଏହି ସମସ୍ତ କଷ୍ଟରୁ ଦୁରେଇ ରହିବ ପାଇଁ ଲାଲ ରକ୍ତ କୋଷିକା ସନ୍ତୁଳନ ହେବା ନିହାତି ଆବଶ୍ୟକ l ରକ୍ତ ଗୋଟିଏ ତରଳ ପଦାର୍ଥ ଅଟେ ,ଯାହାର ରଙ୍ଗ ଲାଲ ହୋଇଥାଏ ହେମୋଗ୍ଲୋବିନ କାରଣରୁ l ରକ୍ତରେ ୩ ଟି ରକ୍ତ କୋଷିକା ଦେଖିବାକୁ ମିଳେ , ଲାଲ ରକ୍ତ କୋଷିକା ,ଶ୍ୱେତ ରକ୍ତ କୋଷିକା ଓ ପ୍ଲେଟଲେଟସ କୁହାଯାଇ ଥାଏ l ବିଶେଷଜ ମାନଙ୍କ ମତରେ ଲାଲ ରକ୍ତ କୋଷିକା ଅଧିକ କିମ୍ବା କମ ହେଲେ ମାନସିକ ଓ ଶାରୀରିକ ସ୍ତରରେ ପ୍ରଭାବ ପଡିଥାଏ l ଯଦି ଆମେ ଅବହେଳା କରିବା ତେବେ ଏହାର ଭୟଙ୍କର ପ୍ରଭାବ ପଡିବ l ଯଦି ଆପଣ ଚାହୁଁଛନ୍ତି କି ଲାଲ ରକ୍ତ କୋଷିକା ସ୍ତର ଠିକ ରହୁ ତେବେ କିଛି ଖାଦ୍ୟକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ l

*ଆଇରନ ଯୁକ୍ତ ଖାଦ୍ୟ ଖାଆନ୍ତୁ – ଯେପରି ଆମେ ସମସ୍ତେ ଜାଣିଛୁ ଯେ ଶରୀରରେ RBC କମିବା ଦ୍ୱାରା ଆନିମିଆ ହେବାର ବିପଦ ବଢ଼ିଯାଇଥାଏ l ତେଣୁକରି ନିଜ ଖାଦ୍ୟରେ ଆଇରନ ଯୁକ୍ତ ଖାଦ୍ୟକୁ ସାମିଲ କରିବା ଆବଶ୍ୟକ ଯେପରିକି ମାଂସ ,ସଜନା ଛୁଇଁ ,ଅଣ୍ଡା ଓ ବିନ୍ସ ଇତ୍ୟାଦି l ଏହି ପୋଷାକ ତତ୍ୱ ହେମୋଗ୍ଲୋବିନ ସ୍ତରକୁ ବଢ଼ାଇଥାଏ , ଲାଲ ରକ୍ତ କୋଷିକାର ପ୍ରୋଟିନ ମିଳିବା କାରଣରୁ RBC ବଢିବାର ସାମ୍ବଭନା ରହିଥାଏ l

*ଖାଦ୍ୟରେ ଫୋଲେଟ ସାମିଲ କରନ୍ତୁ -ଫୋଲେଟ ଏକ ପ୍ରକାରର ଭିଟାମିନ – ବି ୧୨ ଯୁକ୍ତ ପୋଷାକ ତତ୍ୱ ଅଟେ l ଲାଲ ରକ୍ତ କୋଷିକାର ନିର୍ମାଣରେ ଭିଟାମିନ ବି ୧୨ ମୁଖ୍ୟ ଭୂମିକା ରହିଛି l ଯଦି ରକ୍ତରେ ଏହି ଭିଟାମିନ କମିଯାଏ ତେବେ RBC ସଂଖ୍ୟା ମଧ୍ୟ କମିବାକୁ ଲାଗେ l ସେଥିପାଇଁ ଖାଦ୍ୟରେ ଦୁଗ୍ଧ ଓ ଦୁଗ୍ଧ ଉତ୍ପାଦକ ଜିନିଷକୁ ଗ୍ରହଣ କରନ୍ତୁ l ତା ସହିତ ଭିଟାମିନ ସି ଯୁକ୍ତ ଫଳ ଓ ପନିପରିବା ଖାଆନ୍ତୁ l

ଆମକୁ ବିଶେଷକରି ସୀତ ଋତୁରେ ନିଜ ଶରୀର ପ୍ରତି ସଜାଗ ରହିବ ଆବଶ୍ୟକ l କାରଣ ଶୀତଋତୁରେ ଅନ୍ୟ ଋତୁ ଅପେକ୍ଷା ଆମେ ପାଣି ପିଇବା କମାଇ ଦେଉ l ରକ୍ତକୁ ସ୍ଵଛ ରଖିବାକୁ ହେଲେ ଅଧିକରୁ ଅଧିକ ପାଣି ପିଇବାକୁ ପଡିବ ତା ସହିତ ଖାଦ୍ୟ ଖାଇବାର ଠିକ ସମୟ ମଧ୍ୟ ରଖିବାକୁ ପଡିବ l

Leave A Reply