Odisha news

କାର୍ତ୍ତିକ ପୂର୍ଣ୍ଣିମାରେ ମୁକୁଳା ପଡିଛି ସଂକୀର୍ତନ ମଣ୍ଡପ : ମନ୍ଦିର ସବୁ ଖାଁଖାଁ , ମୃଦଙ୍ଗ କାରିଗର ନିରାଶ

0

ବାଲିଗୁଡା : ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ବର୍ଷର ନାନା ପର୍ବପର୍ବାଣୀ ଗୁଡ଼ିକ ପାଳନ ଉପରେ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି। ଫଳରେ ଗଣେଶ ପୂଜା ଠାରୁ ଆରମ୍ଭ କରି ଦଶହରା, ଦୀପାବଳୀ, କାଳିପୂଜା ଭଳି ସମସ୍ତ ପର୍ବ ସବୁ ଯଥା ରୀତି ନୀତିରେ ପାଳନ କରିବାକୁ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲାରେ କାର୍ତ୍ତିକ ମାସରେ ମଧ୍ୟ ହବିଷ୍ୟାଳି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଏହାକୁ ନେଇ କଟକଣା ଯୋଗୁଁ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି।

ଏହାସହିତ ପ୍ରତି ବର୍ଷ କାର୍ତ୍ତିକ ମାସରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଥିବା କୀର୍ତ୍ତନ ମଣ୍ଡପ ଗୁଡିକରେ ପଞ୍ଚୁକ ର ପାଞ୍ଚ  ଦିନ ଧରି ନାମ ସଂକୀର୍ତ୍ତନ  କରାଯିବା ସହିତ ଅଞ୍ଚଳରେ ଏକ ଭକ୍ତି ମୟ ପରିବେଶ  ସୃଷ୍ଟି ହେଉଥିଲା ବର୍ତ୍ତମାନ  ସମସ୍ତ କୀର୍ତ୍ତନ ମଣ୍ଡପ ସବୁ ଜନ ଶୁନ୍ୟ ହେବା ସହିତ ମୁକୁଳା ପଡିଥିବାର ଦେଖାଯାଉଛି। ଏଥିପାଇଁ ଚଳିତ ବର୍ଷ ଜିଲ୍ଲା ଏବଂ ବାହାର ଜିଲ୍ଲାରୁ ଆସୁଥିବା ମୃଦଙ୍ଗ କାରିଗର ମାନଙ୍କୁ ମଧ୍ୟ ନିରାଶର ସମ୍ମୁଖିନ ହେବାକୁ ପଡିଛି। ପ୍ରତି ବର୍ଷ ସେମାନେ ଭଲ ରୋଜଗାର କରୁଥିଲେ।

ହେଲେ କୋଭିଡ କଟକଣା ଯୋଗୁଁ ସେମାନଙ୍କ ମୃଦଙ୍ଗ ଏବଂ କୀର୍ତ୍ତନ ରେ ବ୍ୟବହାର ହେଉଥିବା ବିଭିନ୍ନ ବାଦ୍ୟ ଯନ୍ତ୍ର ସବୁର ବିକ୍ରିବଟା ହୋଇନାହିଁ। ସେଥିପାଇଁ ସେମାନେ ମଧ୍ୟ ନିରାଣ ହୋଇଥିବାର କହିଛନ୍ତି ମୃଦଙ୍ଗ କାରିଗର ମାନେ। ଆଜି  କାର୍ତ୍ତିକ  ପୁର୍ଣ୍ଣୀମା ଥିବାବେଳେ ଅଞ୍ଚଳର ସମସ୍ତ ଧାର୍ମୀକ ସ୍ଥଳ ଗୁଡିକ ସଂପୂର୍ଣ୍ଣଭାବେ ଖାଁଖାଁ ଲାଗୁଛି। ମନ୍ଦିର ସବୁ ଖାଲି ପଡିଛି। ଜିଲ୍ଲାରେ ଥିବା ସମସ୍ତ ଗାଁ ମଣ୍ଡପ ଗୁଡିକ ବର୍ତ୍ତମାନ  ଚଳଚଞ୍ଚଳ ହେବା ବଦଳରେ ସେହି ଯାଗା ସବୁ ଜନଶୁନ୍ୟ ଥିବା ଦେଖିବାକୁ ମିଳୁଛି।

Leave A Reply