କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ପୁସ୍ତପୁର ଗ୍ରାମରେ ଜଣେ ମହିଳା ଅଭିନବ ଉପାୟରେ କିଛି ଲୋକକଂ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଶନିବାର ଅଭିଯୋଗ ଅନୁସାରେ ବେଗୁନିଆପଡ଼ା ଫାଣ୍ଡି ପୋଲିସ ପକ୍ଷରୁ ସଂପୃକ୍ତ ମହିଳାଙ୍କୁ ଫାଣ୍ଡିକୁ ନେଇ ପଚରାଉଚରା କରୁଛି ପୋଲିସ। ସୂଚନା ଅନୁସାରେ ଖଲ୍ଲିିକୋଟ ବ୍ଲକ ଡିଆଁଡେଇଁ ମଧୁରଚୁଆଁ ଗ୍ରାମର ପ୍ରିୟା ନାହାକ ନାମକ ଜଣେ ବିଧବା ମହିଳା କିଛିଦିନ ହେବ ପୁସ୍ତପୁର ଗ୍ରାମରେ ନିଜ ଝିଅ ବାହାଘର ଦେବେ ବୋଲି ଯୋଜନା କରି ଉକ୍ତ ଗ୍ରାମରେ ଭଡ଼ାରେ ରହୁଥିଲେ। ବାହାଘର ପୂର୍ବରୁ ଜ୍ବାଇଁ ପୁଅକୁ ବାଇକ୍, ଆସବାବପତ୍ର, ଟକାଂ ମଧ୍ୟ ଦେଇଥିଲେ ।
ଏପରିକି ପୁସ୍ତପୁର ଗ୍ରାମରେ ଏକ ପ୍ଲଟ୍ ମଧ୍ୟ କିଣିଥିଲେ। ଏହାପରେ ସେ କିଛି ମହିଳା ଓ ପୁରୁଷକଂ ଠାରୁ ମୋଟା ଅଙ୍କର ଅର୍ଥ ନେଇ କିଛି ଦିନ ମଧ୍ୟରେ ଦୁଇଗୁଣ ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶୃତି ଦେଇ ପାଖାପାଖି ୨୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କ କାରନାମା ଜଣାପଡିବା ପରେ ଲୋକେ ସେମାନଙ୍କ ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ। ତେବେ ମହିଳା ଜଣକ କିଛି ଟ୍ରଗଂ ବାକ୍ସ ତାଲା ପକାଇ ସେଥିରେ ସୁନା ଓ ଟକାଂ ଥିବା କହି ଭଡାଘରେ ଆଣି ଜମାଇ ରଖିଥିଲେ। ତେବେ ସମସ୍ତ ବାକ୍ସରେ ମିକ୍ଚର, ବିସ୍କୁଟ୍ ଥିବା ଜଣାପଡ଼ିଥିଲା। ଘଟଣାର ଖୁଲାସା ହେବା ପରେ ଗ୍ରାମର ଶତାଧିକ ପୁରୁଷ ମହିଳାମାନେ ଉକ୍ତ ମହିଳାଙ୍କୁ ଅଟକ ରଖି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇବା ସହ ପୋଲିସ କୁ ଖବର ଦେଇଥିଲେ। ଘଟଣା ପଛରେ ଅନ୍ୟ କିଛି ଲୋକ ଥିବା ମଧ୍ୟ ସନ୍ଦେହ କରାଯାଉଛି। ତଦନ୍ତ ପରେ ଘଟଣାର ଖୁଲାସା ହେବ ବୋଲି ଆଶା କରାଯାଉଛି।