Odisha news

ଜନ ଶୁଣାଣିକୁ ସାମୁହିକ ଭାବେ ସ୍ଥଗିତ ହେଲା କାହିଁକି

0

ରାୟଗଡା,୨୬ ।୧୧(Rabindra Patkhandal)-ଜନ ଶୁଣାଣିର କେଇ ଘଣ୍ଟା ପୂର୍ବରୁ ସାମୁହିକ ଭାବେ ସ୍ଥଗିତ ହେଲା କାହିଁକି ବୋଲି ଲୋକେ ଏବେ ପ୍ରଶ୍ନ କରୁଛନ୍ତି । ଜନ ଶୁଣାଣିରେ ଜନତାଙ୍କ ମତ ଲୋଡ଼ାଯିବ ଯାହା ସପକ୍ଷ ହେଉ ବା ବିପକ୍ଷ ଏହା ଜନତାଙ୍କ ଉପରେ ନିର୍ଭର କରେ । ଜନ ଶୁଣାଣି ନକରାଯାଇ ସରକାର ଏହା ସ୍ଥଗିତ ରଖିଦେବା ପଛରେ କଣ ରହସ୍ୟ ରହିଛି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି ।

ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଦଷ ପରେ କୌଣସି ଅଞ୍ଚଳରେ ଖଣି ଖାଦାନ ସମ୍ପର୍କିତ ସମସ୍ତ ତଥ୍ୟ ଜନତା ଜନାର୍ଦ୍ଧନଙ୍କ ଏହି ଜନମତକୁ ନେଇକି ଗ୍ରହଣ କରାଯିବା ପାଇଁ ନିୟମ ରହିଛି । ରାୟଗଡ଼ା ଜିଲ୍ଲା ଏବଂ କୋରାପୁଟ ଜିଲ୍ଲା ସୀମାନ୍ତରେ ଥିବା କୋଡ଼ିଙ୍ଗାମାଳି ଖଣି ସଂପ୍ରସାରଣ କରିବା ପାଇଁ ଗତ ଅକ୍ଟୋବର ମାସରେ ଜନଶୁଣାଣି ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇ ଥିଲା । ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ସରକାରଙ୍କ ଆଞ୍ଚଳି ପ୍ରଦୂଷଣ ବିଭାଗ ପକ୍ଷରୁ ସୃଙ୍ଖଳିତ ଭାବରେ ଜନ ସୁଣାଣି କରିବା ପାଇଁ ଯୋଜନା କରିଥିଲେ । ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଥିଲା ଜିଲ୍ଲା ପ୍ରଶାସନର ବା ପୁଲିସ ପ୍ରଶାସନର ଗୁରୁଦାୟୀତ୍ୱ ତେବେ ହଠାତ ଏହି ରାତି ଅଧିଆ ଜନଶୁଣାଣିକୁ ବନ୍ଧ ବା ସ୍ଥଗିତ କରିଦେବାକୁ ଲୋକେ ସାଧାରଣରେ ହଜମ କରିପାରୁ ନାହାନ୍ତି । କାରଣ ଆଲୋଚନା ବେଳେ ଜଣାପଡ଼ିଛି ଯେ କୋଡ଼ିଙ୍ଗାମାଳିରେ ପୂର୍ବରୁ ୩ ମିଲିୟନ ଟନ ଖଣି ଖନନ ବେଳେ ପ୍ରଦୂଷଣ ବିଭାଗର ବ୍ୟାପକ ଅନ୍ୟମିତତାକୁ ଆପଣେଇଛନ୍ତି ।

ଜନତା କିମ୍ବା ଜନତାଙ୍କ ପ୍ରତିନିଧିଙ୍କ ମତକୁ ସେଠାରେ କୌଣସି ସମ୍ମାନ ଦିଆଯାଇ ନାହିଁ । ଏପରିକି ପ୍ରଦୂଷଣ ବିଭାଗକୁ ଜନ ପ୍ରତିନିଧି ଓ ସାଧାରଣ ଲୋକ ବିଭିନ୍ନ ପର୍ଯ୍ୟାୟରେ ସାମୁହିକ ଭାବେ ଆସି ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ । ଏବଂ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ପ୍ରଶାନ୍ତ କର ଲୋକଙ୍କୁ ସୁଯୋଗ ଦିଅନ୍ତି ନାହିଁ । ଯେଉଁ ଅଭିଯୋଗ ପ୍ରଦୂଷଣ ବିଭାଗକୁ ଦିଆଗଲେ ତାହା ସେମିତି ନାଲିଫିତା ତଳେ ରହିଯିବା ନଜିର ରହିଛି । ତେଣୁ ଅଞ୍ଚଳବାସୀଙ୍କ ସୁବିଧା ଅସୁବିଧାରେ ମଧ୍ୟ କୌଣସି ଧ୍ୟାନ ଦିଆଯାଇ ନାହିଁ । ଲୋକେ ପ୍ରଦୂଷଣକୁ ନେଇ ସମସ୍ୟା ଭୋଗନ୍ତୁ କି ଖଣି ଉତ୍ତୋଳନ ବେଳେ କରାଯାଉଥିବା ଅନ୍ୟମିତତାକୁ ନେଇ ଲୋକେ ବିଭିନ୍ନ ଅସୁବିଧା ପଢନ୍ତୁ ଏଥି ପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତେଣୁ ପ୍ରଦୂଷଣ ବିଭାଗ ଗତ ଦିନର କାର୍ଯ୍ୟକଳାପ ଯୋଗୁଁ ଲୋକେ ଏମାନଙ୍କ ଉପରୁ ଆସ୍ଥା ହରାଇ ବସିଥିବାରୁ ଏହି ଜନ ଶୁଣାଣିରେ ନିଜର ମତ ଦେବାପାଇଁ ଅଞ୍ଚଳବାସୀ ପ୍ରସ୍ତୁତ ରହିଥିଲେ ହୁଏତ ତାହା ସପକ୍ଷ ହୋଇଥାନ୍ତା ବା ବିପକ୍ଷ ହୋଇଥାନ୍ତା । ତେବେ ସରକାର ଆଇନ ଗତ ଶୃଙ୍ଖଳାକୁ କାରଣ ଦର୍ଶାଇ ଜନ ଶୁଣାଣି ବନ୍ଦ କରିଦେଇଛନ୍ତି ।

ଏତେ ଦିନ ପୂର୍ବରୁ ଯଦି ବିଜ୍ଞପ୍ତି ଜାରିହେଲା ତେବେ ପ୍ରଶାସନର ବା ସରକାରଙ୍କ ଗୁଇନ୍ଧା ବିଭାଗ କରୁଥିଲା କଣ ୧୨ ଘଣ୍ଟା ପୂର୍ବରୁ ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇ ଦେଇ ଗୋଟିଏ ଚିଠି ମାଧ୍ୟମରେ ଏହାକୁ ବନ୍ଦ କରିଦିଆଗଲା । ତେବେ ଜନଶୁଣାଣିରେ ଜନତାଙ୍କ ମତ ରଖିବେ ନାହିଁ କି? ନା ଜନଶୁଣାଣି ଜନତାଙ୍କ ସ୍ୱାର୍ଥରେ କାମଦେବ ନାହିଁ କି? ବୋଲି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି । ଏହି ବିଷୟରେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ଗଣମାଧ୍ୟମଙ୍କ କଲ ଗ୍ରହଣ କରିଲେ ନାହିଁ । ଏଥିରୁ ଅନୁମେୟ କରାଯାଉ ଯେ ପ୍ରଦୂଷଣ ଅଧିକାରୀ ଜନସାଧାରଣଙ୍କ ପ୍ରତି କେତେ ଆସ୍ଥା ଭାଜନ

Leave A Reply