Odisha news

“ଭାରତ ବନ୍ଦ” ପାଇଁ କେନ୍ଦ୍ରାପଡାର ଜନଜୀବନ ପ୍ରଭାବିତ

0

କେନ୍ଦ୍ରପଡା, ୨୬/୧୧(Rabindra Dash) : – କେନ୍ଦ୍ର ସରକାରଙ୍କ ଶ୍ରମିକ- କୃଷକ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ଦ୍ୱାରା ଦିଆଯାଇଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ସକାଳୁ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ଏହି ଧର୍ମଘଟକୁ ସମର୍ଥନ ଦେଉଥିବା ରାଜନୈତିକ ଦଳର କର୍ମକର୍ତାମାନେ ସହରର ତିନି ମୁହାଣୀ ଛକଠାରେ କଟକ- ଚାନ୍ଦବାଲି ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ । ଫଳରେ ଏହି ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ସହ ସହର ମଧ୍ୟକୁ ଯାତାୟତ ପ୍ରଭାବିତ ହୋଇଯାଇଥିଲା । ପୂର୍ବାହ୍ନ ୧୦ଟା ବେଳକୁ ଆନେ୍ଦାଳନକରୀ ମାନଙ୍କ ମଧ୍ୟରୁ ଦୁଇଟି ଦଳ ସହର ପରିକ୍ରମା କରି ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରିବା ପାଇଁ ଉଦ୍ୟମ କରିଥିଲେ ।

ସହରରେ ଥିବା ବ୍ୟାଙ୍କ, ବୀମା, ପୋଷ୍ଟାଲ ପ୍ରଭୃତି କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ ଧର୍ମଘଟକୁ ସେଠାରେ ଥିବା ବ୍ୟାଙ୍କ, ବୀମା ସମେତ ରେଳ ସେବା, ବିମାନ ସେବା ଓ ପେଟ୍ରୋଲିୟମ ଭଳି ଲାଭଦାୟକ ରାଷ୍ଟ୍ରାୟତ ସଂସ୍ଥାଗୁଡିକର ଘରୋଇ କରଣ ପ୍ରକ୍ରିୟାକୁ ପ୍ରତିହତ କରିବା ପାଇଁ କର୍ମଚାରୀ ସଙ୍ଘ ଗୁଡିକ ଐକ୍ୟବଦ୍ଧ ଭାବେ ପ୍ରତିରୋଧ ଆନେ୍ଦାଳନ କରିବା ପାଇଁ ସଂପୃକ୍ତ କର୍ମଚାରୀ ଓ ସାଧାରଣ ଜନତା ଆହ୍ୱାନ ଦେଇଥିଲେ । ଏଥି ସହିତ କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ସାଧାରଣ ଜନତା ବିରୋଧୀ ଶ୍ରମ ସଂଶୋଧନ ଆଇନ- ୨୦୨୦, କୃଷି ସଂଶୋଧନ ଆଇନ- ୨୦୨୦ ଓ ଅତ୍ୟାବଶ୍ୟକ ଦ୍ରବ୍ୟ ସଂଶୋଧନ ଆଇନ- ୨୦୨୦ କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଦରବୃଦ୍ଧି ନିୟନ୍ତ୍ରଣ କରିବା ଏବଂ ଶ୍ରମିକ ମାନଙ୍କୁ କୋଭିଡ ସହାୟତା ରାଶି ପ୍ରଦାନ ନ କରିବା ଯାଏ ଏହି ଜନ ଆନେ୍ଦାଳନ ପଛକୁ ନ ହଟିବାକୁ ପରାମର୍ଶ ଦେଇଥିଲେ ।

ଶେଷରେ ଆନେ୍ଦାଳନକାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଆଇ. ଏନ.ଟି.ୟୁ.ସି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ମହାନ୍ତି, କଂଗ୍ରେସ ନେତା ସଂଜୟ କୁମାର ରାଉତ, ଆଇ. ଏନ.ଟି.ୟୁ.ସି, ରାଜ୍ୟ ସମ୍ପାଦକ ମୁକ୍ତାର ଖାଁ, ଏ.ଆଇ.ଟି.ୟୁସି, ଜିଲ୍ଲା ସଭାପତି ବାବାଜୀ ଧଳ, ସି.ପି.ଆ.ଇ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ସି.ଆର.ଟି.ୟୁ ରାଜ୍ୟନେତା ଜଗଜ୍ଜୀବନ ଦାଶ, ସି.ପି.ଏମ୍, ଜିଲ୍ଲା ସମ୍ପାଦକ ଗୟାଧର ଧଳ, ଉମେଶ ଚନ୍ଦ୍ର ସିଂ, ୟୁଟି.ୟୁ.ସି ଜିଲ୍ଲା ନେତ୍ରୀ ଏଲିନା ସାମନ୍ତରାୟ, ହାରାମଣି ରାଉତ ପ୍ରମୁଖଙ୍କ ନେତୃତ୍ୱରେ ହୋଇଥିବା ଏହି ସାଧାରଣ ଧର୍ମଘଟକୁ ପୂର୍ବତନ ପୌରପାଳ ମହମ୍ମଦ ଆକବର ଅଲ୍ଲୀ, ପ୍ରଫୁଲ ଦାସ, କୃଷ୍ଣ ଚନ୍ଦ୍ର ରାଉତ, ଫକୀର ଚରଣ ଖଟୁଆ, ମହେନ୍ଦ୍ର ପରିଡା, ବିଧୁଭୂଷଣ ମହାପାତ୍ର, ରଶ୍ମିରଞ୍ଜନ ଚୌଧୁରୀ, କମଳାକାନ୍ତ ବେହେରା, ସମ୍ବିତ ଶ୍ରୀଚନ୍ଦନ, ଜସ୍ମିନ ପରବିନ, ବିକାଶ ଚନ୍ଦ୍ର ବେଉରା, ସଂଯୁକ୍ତା ରାଉତ, ରଞ୍ଜନ ମଲିକ, ମାଧବ ଦାସ, ଅଜିତ୍ ଦାସ, ଅଶୋକ ତ୍ରିପାଠୀ,ମୀର ମୁର୍ଶିଦ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply