କେନ୍ଦ୍ରାପଡା : କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ବାରୋ ପଂଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ଅଗଷ୍ଟମାସ ଲଘୁଚାପ ବର୍ଷାରେ ଏହି ପଂଚାୟତର ଉଛରପଡା, ରାୟପୁର, ତ୍ରିଲୋଚନପୁର, ଘିଯିଡିଆ ଓ ତ୍ରିଲୋଚନପୁର ଓ ତରାଣ୍ଡୋ ଗ୍ରାମର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେମାନେ କେନ୍ଦ୍ରାପଡା ତହସିଲଦାରଙ୍କୁ ଏସମ୍ପର୍କରେ ଏଭିଯୋଗ କରିଥିଲେବି କୈାଣସି ପଦକ୍ଷେପ ନିଆଯାଇନାହିଁ । ଚାଷୀମାନେ ଜାଣିବାକୁ ପାଇଛନ୍ତି ଯେ ବାରୋ ରାଜସ୍ୱ ନୀରିକ୍ଷକ ତହସିଲଦାରଙ୍କୁ ରିପୋର୍ଟ ଦେଇଛନ୍ତି ଯେ ଉପରୋକ୍ତ ମୈାଜା ଗୁଡିକରେ ଧାନଫସଲ ନଷ୍ଟ ହୋଇନାହିଁ ବୋଲି ।
ଚାଷୀମାନେ ଏସମ୍ପର୍କରେ ବାରମ୍ବାର ଅଭିଯୋଗ କରିଥିଲେବି ପ୍ରଶାସନ ଅଦ୍ୟାବଧି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ନଚେତ ସେମାନେ ଆସନ୍ତା ୩୦ତାରିଖରେ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ଚାଷୀମାନଙ୍କ ପକ୍ଷରୁ ଶରତ ଚନ୍ଦ୍ର ସ୍ୱାଇଁ, ସୁଦର୍ଶନ ବିଶ୍ୱାଳ, ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଦୀପ ବିଶ୍ୱାଳ, ଚୈତନ୍ୟ ବିଶ୍ୱାଳ, ଚକ୍ରଧର ପଣ୍ଡା, ସରୋଜ ବାରିକ, ବୈରାଗୀ ଚରଣ ବାରିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି ।