Odisha news

ପୋଲସରା : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଜିଲ୍ଲାପାଳ

0
ପୋଲସରା ୨୩.୧୧.୨୦ ଗଂଜାମ ଜିଲ୍ଲା ପୋଲସରା ବ୍ଳକ ହାତୀଓଟ ସ୍ଥିତଓଡିଶା ଆଦର୍ଶ ବିଦ୍ୟାଳୟ କୁ ସୋମବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାନଗେ ପରିଦର୍ଶନରେ ଆସି ବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ବିଭିନ୍ନସମସ୍ୟା ପାନୀୟ ଜଳ, ଆପ୍ରୋଚ ରୋଡ଼, ରୋଷେଇ ଗୃହ ଲାଗି ସ୍ଥାନ ନିରୂପଣ, ବିଦ୍ୟାଳୟ କୋଠାକୁ କଲର କରିବା ଖେଳପଡ଼ିଆ ଆଦି ଉପରେ ଆଲୋଚନା କରିଥିଲେ।ଏଥି ସହିତ ଶିକ୍ଷକ କୁଳମଣି ସାହୁ ‘ଅକ୍ଷରା’ ନାମକ ଏକ ପୁସ୍ତକ ଲେଖିଥିଲେ ଯାହାକି ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇଥିଲା।ତେଣୁ ତାଙ୍କୁ ଟ୍ରଫି ସହ ମାନପତ୍ର ଗଂଜାମ ଜିଲ୍ଲାପାଳ ପ୍ରଦାନ କରିଥିଲେ।ଜିଲ୍ଲାପାଳ ଙ୍କ ଗ୍ରସ୍ତ ସମୟରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଇଓ ତ୍ରିଲୋଚନ ତ୍ରିପାଠୀ ଓଏଭି ର ଅଧକ୍ଷା ସ୍ମିତା ନାୟକ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
Leave A Reply